ବିହାର ସଡ଼କ ଦୁର୍ଘଟଣାରେ ସୁଶାନ୍ତ ସିଂ ରାଜପୁତଙ୍କ ୫ ସମ୍ପର୍କୀୟ ଙ୍କ ମୃତ୍ୟୁ

21

ମଙ୍ଗଳବାର ସକାଳେ ବିହାରର ଲାଖାଇସରାଇରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ରେ ସ୍ବର୍ଗତ ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ପରିବାରର ୫ ଜଣ ସମ୍ପର୍କୀୟ ଙ୍କ ର ଶୋଚନୀୟ ମୃତ୍ୟୁ ହୋଇଛି I ଏହି ଖବର ପରେ ସୁଶାନ୍ତଙ୍କ ପ୍ରଶଂସକମା ମାନଙ୍କୁ ଶକ୍ତ ଆଘାତ ଲାଗିଛି ଇହି ସଡ଼କ ଦୁର୍ଘଟଣାରେ ଡ୍ରାଇଭର ଙ୍କ ସମେତ ସମୁଦାୟ ୭ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ୫ ଜଣ ହେଉଛନ୍ତି ସ୍ବର୍ଗତ ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁରଙ୍କ ପରିବାର ର ଏବଂ ଅନ୍ୟ ୪ ଜଣ ଗୁରୁତର ଆହତ ହୋଇଛନ୍ତି I ଇ
ସୂଚନା ଅନୁସାରେ ସୁଶାନ୍ତ ସିଂ ଙ୍କ ଭିଣୋଇ ହରିୟାଣାର ବରିଷ୍ଠ ପୋଲିସ ଅଧିକାରୀ ଓପି ସିଂଙ୍କ ଭଉଣୀ ଗୀତା ଦେବୀଙ୍କ ଅନ୍ତିମ ସଂସ୍କାରରେ ଯୋଗ ଦେଇ ରାଜପୁତଙ୍କ ପରିବାର ସଦସ୍ୟମାନେ ପାଟଣାରୁ ଫେରୁଥି ଇ ଯେତେବେଳେ ଗାଡିଟି ୩୩୩ ନମ୍ବର ଜାତୀୟ ରାଜପଥ ଦେଇ ଯାଉଥିଲା, ସେତେବେଳେ ଏହା ଏକ ଟ୍ରକ ସହିତ ମୁହାଁମୁହିଁ ଧକ୍କା ହୋଇଥିଲା । ଏହା ପରେ କାର ଭିତରେ ବସିଥିବା ୭ ଜଣଙ୍କର ମୃତ୍ୟୁ ହୋଇଥିଲା ଏମାନେ ସମସ୍ତେ ସୁଶାନ୍ତ ସିଂ ରାଜପୁତଙ୍କ ସମ୍ପର୍କୀୟ ବୋଲି କୁହାଯାଉଛି । ତାଙ୍କ ସହ କାର ଡ୍ରାଇଭରଙ୍କର ମଧ୍ୟ ମୃତ୍ୟୁ ଘଟିଛି।
କହିରଖୁଛୁ କି ସୁଶାନ୍ତ ସିଂ ରାଜପୁତ ମଧ୍ୟ ବହୁତ କମ ବୟସରେ ଏହି ଦୁନିଆକୁ ବିଦାୟ ଦେଇଛନ୍ତି I ୧୪ ଜୁନ୍ ୨୦୨୦ ରେ ମୁମ୍ବାଇର ତାଙ୍କ ଘରେ ସୁଶାନ୍ତଙ୍କ ମୃତଦେହ ମିଳିଥିଲା। କିନ୍ତୁ ସୁଶାନ୍ତଙ୍କ ମୃତ୍ୟୁ ହତ୍ୟା କିମ୍ବା ଆତ୍ମହତ୍ୟା ଏହି ରହସ୍ୟ ଏପର୍ଯ୍ୟନ୍ତ ସମାଧାନ ହୋଇନାହିଁ। ଏହାପରଠାରୁ କ୍ରମାଗତ ବୋଲିଉଡ଼ ଡ୍ରଗ୍ସ ଲିଙ୍କ ଘଟଣା ପଦାକୁ ଆସୁଛି I

Leave A Reply

Your email address will not be published.