କେଶ ପାଇଁ ବରଦାନ ତେନ୍ତୁଳି ପତ୍ର

35

ମହିଳାମାନଙ୍କ ସୌନ୍ଦର୍ଯ୍ୟ ପ୍ରଥମେ କେଶରୁ ଆରମ୍ଭ ହୋଇଥାଏ । ସୁସ୍ଥ କେଶ ପାଇଁ ମହିଳାମାନେ ଦୈନିକ ନିଜ କେଶର ଯତ୍ନ ନେଇଥାନ୍ତି । ଆଉ କେଶ ପାଇଁ ବିଭିନ୍ନ ରାସାୟନିକରୁ ପ୍ରସ୍ତୁତ ପଦାର୍ଥଠାରୁ ଅଧିକ ମହିଳାମାନେ ଆୟୁର୍ବେଦ ଚିକିତ୍ସା ଉପରେ ବିଶ୍ୱାସ କରନ୍ତି । କାରଣ ଆୟୁର୍ବେଦ ଚିକିତ୍ସାରେ ପାଶ୍ୱପ୍ରତିକ୍ରିୟା ଦେଖା ଯାଇନଥାଏ । ସୁନ୍ଦର କେଶ ପାଇଁ ଆୟୁର୍ବେଦରେ ବହୁ ଉପାୟମାନ ରହିଛି । ସେହି ଉପାୟମାନଙ୍କ ମଧ୍ୟରୁ ତେନ୍ତୁଳି ପତ୍ର ଅନ୍ୟତମ । ଆୟୁର୍ବେଦରେ ତେନ୍ତୁଳି ପତ୍ରକୁ କେଶ ପାଇଁ ବରଦାନ ବୋଲି କୁହାଯାଇଛି ।

ତେନ୍ତୁଳି ପତ୍ରରେ ଆଣ୍ଟି-ଡାଣ୍ଡ୍ରଫ୍‌ ଏବଂ ଆଣ୍ଟି-ବ୍ୟାକ୍‌ଟେରିଆ ଗୁଣ ରହିଛି । ଏଣୁ ତେନ୍ତୁଳି ପତ୍ରକୁ ବ୍ୟବହାର କଲେ କେଶରେ କୌଣସି ପ୍ରକାରର ଜୀବଣୁ ଓ ରୂପି ସମସ୍ୟା ଦେଖାଯାଇନଥାଏ । ଆପଣ ଚାହିଁଲେ ତେନ୍ତୁଳି ପତ୍ରର ପାଣି କିମ୍ବା ପତ୍ରରୁ ପ୍ରସ୍ତୁତ ହେୟାର ପ୍ୟାକ୍‌ କେଶରେ ବ୍ୟବହାର କରିପାରିବେ ।

ତେନ୍ତୁଳି ପତ୍ର ପାଣିର ପ୍ରସ୍ତୁତି

ଏଥିପାଇଁ ଅଧା କପ୍‌ ତେନ୍ତୁଳି ପତ୍ରକୁ ୫ କପ୍‌ ପାଣିରେ ଫୁଟା;ୁ । ପାଣି ଭଲ ଭାବେ ଫୁଟି ଗଲେ, ପରେ ତାହାକୁ ଥଣ୍ଡା କରନ୍ତୁ । ଏହାପରେ ସେହି ପାଣିରେ କେଶ ଧୋଇ ଦିଅ;ୁ । ତେନ୍ତୁଳି ପତ୍ର ପାଣିରେ ମୁଣ୍ଡ ଧୋଇଲେ, କେଶରେ ମୂଳରେ ଥିବା ରୂପି ସମସ୍ୟା ଧୀରେ ଧୀରେ ଦୂର ହେବା ସହ କେଶ କଳା ଓ ମଜଭୁତ ହୋଇଥାଏ ।

ତେନ୍ତୁଳି ପତ୍ରର ହେୟାର ମାସ୍କ

ଏକ କିମ୍ବା ଦୁଇ କପ୍‌ ତେନ୍ତୁଳି ପତ୍ରକୁ ଗ୍ରାଇଣ୍ଡ୍‌ କରି ସେଥିରେ ଦହି ମିଶାଇ ଏକ ପେଷ୍ଟ ପ୍ରସ୍ତୁତ କରନ୍ତୁ । ଏହି ପେଷ୍ଟକୁ କେଶର ମୂଳରୁ ଅଗ୍ରଭାଗ ପର୍ଯ୍ୟନ୍ତ ଲଗା;ୁ ଏବଂ କେଶକୁ ମାଲିସ୍‌ କର;ୁ । ୧୫ ମିନିଟ୍‌ ପରେ ପାଣିରେ କେଶ ଧୋଇ ଦିଅ;ୁ । ତେନ୍ତୁଳି ପତ୍ରରେ ଥିବା ଆଣ୍ଟି-ଇନ୍‌ଫ୍ଲାମେଟୋରୀ ଏବଂ ଆଣ୍ଟି-ବ୍ୟାକ୍‌ଟେରିଆ ଗୁଣ କେଶକୁ ମୂଳରୁ ଶକ୍ତିଶାଳୀ କରିବାରେ ସାହାଯ୍ୟ କରିଥାଏ ଏବଂ ଦହି କେଶକୁ ନରମ କରିଥାଏ ।

ତେନ୍ତୁଳି ପତ୍ରରେ ପ୍ରାକୃତିକ ରଙ୍ଗର ଉପାଦାନ ମହଜୁଦ୍‌ ରହିଥାଏ । ନିୟମିତ ଭାବରେ କେଶରେ ତେନ୍ତୁଳି ପତ୍ର ପାଣିର ବ୍ୟବହାର କଲେ କେଶ କଳା ହୋଇଥାଏ । ଏହାଛଡ଼ା କେଶ ପାଇଁ ତେନ୍ତୁଳି ପତ୍ର ହେୟାର୍‌ ମାସ୍କ ପ୍ରସ୍ତୁତ କରୁଥିବା ସମୟରେ ସେଥିରେ ମହୁ ମିଶାଇଲେ କେଶର ଚମକ ବୃଦ୍ଧି ପାଏ ।

Comments are closed, but trackbacks and pingbacks are open.