କିମ୍‍ସରେ ସ୍ପାଇନ୍‍ ସର୍ଜନ ପାଇଁ ଅସ୍ତ୍ରୋପଚାର କର୍ମଶାଳା

32

ଭୁବନେଶ୍ୱର, ୬ ।୧୧: ଭାରତୀୟ ସ୍ପାଇନ୍‍ ସର୍ଜନ ସଂଘ (ଏଏସ୍‍ଏସ୍‍ଆଇ) ଦ୍ୱାରା ଚାଲିଥିବା ୪ ଦିନିଆ ଇନ୍‍ଷ୍ଟକ୍‍ସନାଲ୍‍ କୋର୍ସ ଇନ୍‍ ସ୍ପାଇନ୍‍ (ଆଇସିଏସ୍‍-୨୦୨୨)ର ଚତୁର୍ଥ ଦିନରେ କିମ୍‍ସ-ଭୁବନେଶ୍ୱରରେ ନୂତନ ସ୍ପାଇନ୍‍ ସର୍ଜନଙ୍କ ପାଇଁ ଏକ ଅସ୍ତ୍ରୋପଚାର କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ୧ଶହରୁ ଊର୍ଦ୍ଧ୍ୱ ନୂଆ ସର୍ଜନ ଏହି କାର୍ଯ୍ୟକ୍ରମର ଯୋଗଦେଇ ଅତ୍ୟାଧୁିନିକ ଆସ୍ତ୍ରୋଚାର ସମ୍ପର୍କରେ ଅଧିକ ଜ୍ଞାନ ଆହରଣ କରିବାର ସୁଯୋଗ ପାଇଥିଲେ । ଭାରତର ଖ୍ୟାତି ସମ୍ପନ୍ନ ସ୍ପାଇନ୍‍ ସର୍ଜନ ତଥା ଏଏସ୍‍ଏସ୍‍ଆଇର ସଭାପତି ଡା. ଶଙ୍କର ଆଚାର୍ଯ୍ୟଙ୍କ ସମେତ ଡା. ଏସ୍‍ ଏସ୍‍ କାଲେ, ଡା. ଅଜୟ ସେଟ୍ଟୀ, ଡା. ସି. ଏସ୍‍ ଧିଲନ୍‍ଙ୍କ ଭଳି ଭାରତ ବିଶିଷ୍ଟ ସ୍ପାଇନ୍‍ ସର୍ଜନମାନେ ଏହି କର୍ମଶାଳାରେ ଯୋଗ ଦେଇ ସ୍ପାଇନ୍‍ ଅସ୍ତ୍ରୋପଚାରର ଅତ୍ୟାଧୁନିକ ପଦ୍ଧତି ସମ୍ପର୍କରେ ସୂଚନା ଦେଇଥିଲେ ।

କିମ୍‍ସ ନ୍ୟୁରୋସର୍ଜରୀ ବିଭାଗ ମୁଖ୍ୟ ଡା. ଏନ୍‍ କେ ଦାସଙ୍କ ସମେତ ସମସ୍ତ ଓଡ଼ିଶାର ବିଶିଷ୍ଟ ସ୍ପାଇନ୍‍ ସର୍ଜନମାନେ ଏଥିରେ ସହଯୋଗ କରିଥିଲେ । ଏହି ଅବସରରେ ଡା. ଆଚାର୍ଯ୍ୟ ସୂଚନା ଦେଇ କହିଲେ, ନିର୍ଭୁଲ ଅସ୍ତ୍ରୋପଚାର ପାଇଁ କମ୍ୟୁଟର-ଭିତ୍ତିକ ଅସ୍ତ୍ରୋପଚାର ଅପେକ୍ଷା ପ୍ରଫେସନାଲ୍‍ ଉତ୍କୃଷ୍ଟତା ଅଧିକ ମହତ୍ତ୍ୱପୂର୍ଣ୍ଣ । ଜଣେ ପୋଖତ ସ୍ପାଇନାଲ୍‍ ସର୍ଜନ ହେବା ପାଇଁ ଅତିକମ୍‍ରେ ଦୁଇ ଦଶନ୍ଧୀର ଉଦ୍ୟମ ଆବଶ୍ୟକ ବୋଲି ଡା. ଆଚାର୍ଯ୍ୟ କହିଥିଲେ । ତେଣୁ ଏଭଳି କର୍ମଶାଳା ଜରିଆରେ ନୂଆ ସର୍ଜନମାନେ ନିଶ୍ଚିତ ଭାବେ ଅଧିକ ଜ୍ଞାନ ଆହରଣ କରିବା ସହ ଉପକୃତ ହୋଇପାରିବେ । ତେବେ ପ୍ରଯୁକ୍ତି ଭିତ୍ତିକ ଅସ୍ତ୍ରୋପଚାର ସପକ୍ଷରେ ପରାମର୍ଶ ଦେବା ଅପେକ୍ଷା ଲୋକଙ୍କଠାରେ ଏଭଳି ଅବସ୍ଥା ଯେପରି ସୃଷ୍ଟି ନ ହେବ ସେ ନେଇ ଲୋକଙ୍କୁ ସଚେତନ କରାଇବା ଆବଶ୍ୟକ ବୋଲି ଡା. ଆଚର୍ଯ୍ୟ କହିଥିଲେ । ଏହି ଅବସରରେ ଏଏସ୍‍ଏସ୍‍ଆଇ ସଦସ୍ୟ ଡାକ୍ତରଙ୍କ କୌଶଳ ପ୍ରଦର୍ଶନ ପାଇଁ ଡା. ଆଚାର୍ଯ୍ୟଙ୍କ ନେତୃତ୍ୱରେ ସ୍ପାଇନ୍‍ର କାଡାଭାରିକ ଅସ୍ତ୍ରୋପଚାର ଉପରେ ଏକ କର୍ମଶାଳା ଅନୁଷ୍ଠିତ ହୋଇଥିଲା ।

Comments are closed, but trackbacks and pingbacks are open.