୨୨ ଲକ୍ଷ ଟଙ୍କା ଠକେଇ ମାମଲାରେ ସୁରେଶ୍ଵରୀ ସାଗରିକା ଜେନା ଗିରଫ 

213

ଭୁବନେଶ୍ବର: ନିଜକୁ ସମାଜସେବିକା ବୋଲାଉଥିବା ସୁରେଶ୍ୱରୀ ସାଗରୀକା ଜେନାକୁ ଉଠାଇନେଇଛି ଖଣ୍ଡଗିରି ପୁଲିସ। ଆଜି ବଡି ଭୋର ସମୟରେ କେନ୍ଦୁଝର ଜିଲ୍ଲା ନନ୍ଦିପଦା ପୁଲିସ ସହଯୋଗରେ ହାଟଡିହି ପଞ୍ଚାୟତ ଜଳକଳଙ୍ଗ ବାସଭବନରୁ ଉଠାଇ ନେଇଥିଲା ଖଣ୍ଡଗିରି ପୁଲିସ। ସୁରେଶ୍ୱରୀ ଚାକିରି କରାଇ ଦେବାକୁ କହି ହାଟଡିହି ଅଞ୍ଚଳର ଜଣେ ବ୍ୟକ୍ତିଙ୍କ ଠାରୁ ୨୨ ଲକ୍ଷ ନେଇଥିଲେ। ଚାକିରି ତ କରାଇ ଦେଲେନି ଟଙ୍କା ବି ଫେରାଇଲେ ନି। ବାରମ୍ବାର ଯୁବକ ଓ ତାଙ୍କ ପରିବାର ଲୋକେ ଦୌଡ଼ି ଦୌଡ଼ି ନୟାନ୍ତ ହୋଇଗଲେ। ତେଣୁ ଯୁବକଙ୍କ ପରିବାର ଲୋକେ ସୁରେଶ୍ୱରୀଙ୍କ ବିରୁଦ୍ଧରେ ଖଣ୍ଡଗିରି ଥାନାରେ ଅଭିଯୋଗ ହୋଇଥିଲା। ସୁରେଶ୍ୱରୀ ଗିରଫ ଦାରିରୁ ଏଡାଇବା ପାଇଁ ହାଇକୋର୍ଟ ଙ୍କ ଦ୍ୱାରସ୍ଥ ହୋଇଥିଲେ ବି କୋର୍ଟ ଆବେଦନାକୁ ଆଗ୍ରହ୍ୟ କରିଦେବା ପରେ ଖଣ୍ଡଗିରି ପୋଲିସ କେନ୍ଦୁଝର ଜିଲ୍ଲା ନନ୍ଦିପଦା ପୁଲିସ ସହଯୋଗରେ ଗିରଫ କରିବାରେ ସଫଳ ହୋଇଛି। ନନ୍ଦୀପଦା ଥାନାରେ ପୂର୍ବରୁ ତାଙ୍କ ନାମରେ ମାମଲା ଥିବା ପୁଲିସ ସୂଚନା ଦେଇଛି। ସୁରେଶ୍ୱରୀ ଜୟଦୁର୍ଗା ଫାଉଣ୍ଡେସନ ନାମରେ ଏକ ଟ୍ରଷ୍ଟ କରି ବିଭିନ୍ନ ଅଞ୍ଚଳର ବିଭିନ୍ନ ବର୍ଗର ଯୁବକ ଯୁବତୀଙ୍କୁ ସଂଗଠିତ ସମାଜସେବା କରୁଥିଲେ। ସେ ବିଜେଡିର ଜିଲ୍ଲା ମହିଳା ଉପ ସଭାନେତ୍ରୀ ଭାବେ କାର୍ଯ୍ୟ କରୁଥିଲେ। କିନ୍ତୁ ସେ ଏପରି କାମରେ ଲିପ୍ତ ଥିବା ଲୋକେ ସହଜରେ ବିଶ୍ୱାସକୁ ନେଉ ନାହାନ୍ତି।

Comments are closed, but trackbacks and pingbacks are open.