ପିଲାଙ୍କ ଗହଣରେ କେକ କାଟି ଜନ୍ମ ଦିନ ପାଳିଲେ ସୁରଭାଇ

30

ଭୁବନେଶ୍ୱର: ୮୦ ବର୍ଷ ବୟସ । ହେଲେ ପାଦ ଥକିନି । ପାଟି ବି ଥକିନି । ଯେଉଁଠି ଖୋଜିବ ସେଠି ହାଜର  । ସେମିତି ରାଜା ହସ..ମଉଜିଆ କଥା.. । ଆମେ କହୁଛୁ ସୁର ଭାଇଙ୍କ କଥା । ଜଟଣୀ ବିଧାୟକ ତଥା ବରିଷ୍ଠ କଂଗ୍ରେସ ନେତା ସୁର ରାଉତରାୟଙ୍କ କଥା । ଆଜି ସୁର ଭାଇ ୮୦ ବର୍ଷରେ ପାଦ ଦେଇଛନ୍ତି । ଆଜି ତାଙ୍କର ଜନ୍ମଦିନ ।

ମିଡିଆର ଏକ ଚର୍ଚ୍ଚିତ ଚେହେରା ସୁର ଭାଇ । ଏମିତି ଦିନଟିଏ ନାହିଁ ଯେଉଁଦିନ ତାଙ୍କର ବାଇଟ ଆସେନି । ଯେମିତି ନିନ୍ଦା କରନ୍ତି ସେମିତି ପ୍ରଶଂସା ବି କରନ୍ତି । ଯେମିତି ରାଗନ୍ତି, ସେମିତି ହସାନ୍ତି ମଧ୍ୟ ।  ଯେଉଁଠି ଯେଉଁ କାର୍ଯ୍ୟକ୍ରମ ହେଉ ଡାକରା ପହଞ୍ଚିଛି ମାନେ ସୁର ଭାଇ ହାଜର । ହେଲେ ଯୁଆଡେ ଯାଆନ୍ତୁ ମିଡିଆକୁ ବାଇଟ ଦେବା କିନ୍ତୁ ବନ୍ଦ ହୁଏନି  । କାରଣ ସାମ୍ବାଦିକ ବି ଜାଣିଛନ୍ତି, ସୁର ଭାଇଙ୍କ ବାଇଟର  ଚାହିଦା ରହିଛି। ଭଲ ଭିଉ ବି ମିଳୁଛି ।

ଜଣେ ମଉଜିଆ..ବେପରୁଆ ମଣିଷ ସୁର ରାଉତରାୟ । ଲୋକେ କହନ୍ତି, ଭାରି ଦୟାଳୁ,  ଦରିଆଦିଲ ଲୋକ ସୁର ଭାଇ । କଥା କଥାକେ ହୃଦୟ ଖୋଲି ହସନ୍ତି । ଆଉ ସେଥିପାଇଁ ବୋଧହୁଏ ୮୦ ବର୍ଷ ବୟସରେ ବି ତାଙ୍କ ପାଖରେ ରହିଛି ଯୁବ ସୁଲଭ ପ୍ରଗଳଭତା ।  କେହି କେବେ ଖାଲି ହାତରେ ଫେରେନି ତାଙ୍କ ପାଖରୁ  । ସୁର ଭାଇ  ଦିଅନ୍ତି ବେଶି..ନିଅନ୍ତି କମ ।

ଆଜି ତାଙ୍କ ଜନ୍ମଦିନ  ଛୋଟ ପିଲାଙ୍କ ଗହଣରେ ନିଜ ବାସ ଭବନରେ କେକ କାଟି ଜନ୍ମଦିନ ପାଳିଛନ୍ତି । ସୁର ଭାଇ ସବୁଦିନେ ଏମିତି ହସୁ ଥାଆନ୍ତୁ..ଖୁସିରେ ଥାଆନ୍ତୁ  । ଦର୍ଘାୟୁ ହୁଅନ୍ତୁ ।

Comments are closed, but trackbacks and pingbacks are open.