ସୁପ୍ରିମକୋର୍ଟକୁ ମିଳିଲା ଦୁଇ ନୂଆ ବିଚାରପତି: ଶପଥ ଗ୍ରହଣ କରାଇଲେ ସିଜେଆଇ

111

ନୂଆଦିଲ୍ଲୀ: ଆଜି ସୁପ୍ରିମକୋର୍ଟଙ୍କ ପାଇଁ ଏକ ବିଶେଷ ଦିନ। ମାଡ୍ରାସ ହାଇକୋର୍ଟର କାର୍ଯ୍ୟକାରୀ ପ୍ରଧାନ ବିଚାରପତି ଆର ମହାଦେବନ ଆଜି ସୁପ୍ରିମକୋର୍ଟର ବିଚାରପତି ଭାବେ ଶପଥ ଗ୍ରହଣ କରିଛନ୍ତି। ଭାରତର ପ୍ରଧାନ ବିଚାରପତି ଡିଏ ଚନ୍ଦ୍ରଚୁଡ ତାଙ୍କୁ ଶପଥ ଗ୍ରହଣ କରାଇଛନ୍ତି। ଏହା ବ୍ୟତୀତ ଜମ୍ମୁ କାଶ୍ମୀର ଓ ଲଦାଖ ହାଇକୋର୍ଟର ପ୍ରଧାନ ବିଚାରପତି ନୋଙ୍ଗମଇକାପମ କୋଟିଶ୍ୱର ସିଂ ମଧ୍ୟ ସୁପ୍ରିମକୋର୍ଟର ବିଚାରପତି ଭାବରେ ଶପଥ ଗ୍ରହଣ କରିଛନ୍ତି। ପ୍ରକାଶ ଯେ, ଜଷ୍ଟିସ୍ କୋଟିଶ୍ୱର ସିଂ ଏବଂ ଆର ମହାଦେବନ ସୁପ୍ରିମକୋର୍ଟ କଲେଜିୟମ ଦୁଇ ବିଚାରପତିଙ୍କୁ ସୁପାରିଶ କରିବାର କିଛି ଦିନ ପରେ ଜୁଲାଇ ୧୧ରେ ମହାଦେବନଙ୍କ ପଦୋନ୍ନତିକୁ ଅନୁମୋଦନ କରାଯାଇଥିଲା। ଦୁଇ ବିଚାରପତିଙ୍କୁ ସୁପାରିଶ କରିବାବେଳେ କଲେଜିୟମ ବେଞ୍ଚରେ ବିବିଧତାର ଗୁରୁତ୍ୱ ଉପରେ ଆଲୋକପାତ କରିଥିଲେ। ଜଷ୍ଟିସ ସିଂ ଏବଂ ମହାଦେବନ ଶପଥ ଗ୍ରହଣ କରିବା ପରେ ସୁପ୍ରିମକୋର୍ଟରେ ବିଚାରପତିଙ୍କ ସଂଖ୍ୟା ୩୪ କୁ ବୃଦ୍ଧି ପାଇବ।

Leave A Reply

Your email address will not be published.