ଓଡ଼ିଶା ବିଶ୍ୱବିଦ୍ୟାଳୟ ସଂଶୋଧନ ଆଇନ ଉପରେ ସୁପ୍ରିମକୋର୍ଟଙ୍କ ସ୍ଥଗିତାଦେଶ

36

ଓଡିଶା ବିଶ୍ୱବିଦ୍ୟାଳୟ ସଂଶୋଧନ ଅଧିନିୟମକୁ ସ୍ଥଗିତ ରଖିଲେ ସୁପ୍ରିମକୋର୍ଟ।ବିଶ୍ୱବିଦ୍ୟାଳୟ ମଞ୍ଜୁରୀ ଆୟୋଗ( ୟୁଜିସି) ପକ୍ଷରୁ ଦାଏର ଏକ ଆବେଦନର ଶୁଣାଣି କରି ସୁପ୍ରିମକୋର୍ଟ ୩ ମାସ ପାଇଁ ଏହି ସଂଶୋଧିତ ଆଇନ ଉପରେ ରହିତାଦେଶ ଜାରି କରିଛନ୍ତି । ଏହାସହିତ ଓଡ଼ିଶା ସରକାରଙ୍କୁ ୩ ମାସ ସୁଦ୍ଧା ଜବାବ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି । ପୂର୍ବରୁ ଓଡ଼ିଶା ହାଇକୋର୍ଟ ଏହି ଆଇନକୁ ସବୁଜ ସଙ୍କେତ ଦେଇଥିଲେ । ତେବେ ଓଡ଼ିଶା ସରକାରଙ୍କୁ ଜବାବ ତଲବ କରାଯାଇଥିବାବେଳେ ୨ ମାସ ପରେ ପରବର୍ତ୍ତୀ ଶୁଣାଣି ହେବ ବୋଲି କୁହାଯାଇଛି ବୋଲି ସୁପ୍ରିମକୋର୍ଟ ନିଷ୍ପତ୍ତି ନେଇ ପ୍ରତିପକ୍ଷ ଓକିଲ ଯଶମିତ ସିଂହଙ୍କ ସୂଚନା ଦେଇଛନ୍ତି।
ଜେଏନୟୁର ଅବସରପ୍ରାପ୍ତ ପ୍ରଫେସର ଅଜିତ୍ କୁମାର ମହାନ୍ତି ଓ ଉତ୍କଳ ବିଶ୍ୱବିଦ୍ୟାଳୟର ପ୍ରଫେସର କୁଞ୍ଜବିହାରୀ ପଣ୍ଡା ରାଜ୍ୟ ସରକାରଙ୍କ ବିଶ୍ୱବିଦ୍ୟାଳୟ ସଂଶୋଧନ ଆଇନକୁ ଚ୍ୟାଲେଞ୍ଜ କରି ୨୦୨୦ ନଭେମ୍ବର ୯ ତାରିଖରେ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ଓଡ଼ିଶା ହାଇକୋର୍ଟ ଏହି ଆଇନକୁ ସବୁଜ ସଙ୍କେତ ଦେବା ପରେ ପ୍ରଫେସର ମହାନ୍ତି ଓ ୟୁଜିସି ଉଭୟ ହାଇକୋର୍ଟଙ୍କ ରାୟକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିଥିଲେ । ଏହାକୁ ନେଇ ରାଜ୍ୟର ବିଭିନ୍ନ କ୍ୟାମ୍ପସରେ ଅସନ୍ତୋଷ ଦେଖାଯାଇଥିଲା। ଶିକ୍ଷାବିତ୍‌ମାନେ ଅଭିଯୋଗ ଆଣିବା ସହ ଛାତ୍ରଛାତ୍ରୀ ମାନେ ଏହା ବିରୋଧରେ ରାଜରାସ୍ତାକୁ ଓହ୍ଲାଇଥିଲେ।

Comments are closed, but trackbacks and pingbacks are open.