ଭୁବନେଶ୍ଵର: ସର୍ବୋଚ୍ଚ ନ୍ୟାୟାଳୟରେ ସାଧାରଣ ବିଦ୍ୟାଳୟରେ ସ୍ୱତନ୍ତ୍ର ଶିକ୍ଷକ ନିଯୁକ୍ତି ମାମଲାଟି ଦୁଇ ଜଣିଆ ଖଣ୍ଡପୀଠ ଜଷ୍ଟିସ ଦୀପଙ୍କର ଦତ୍ତା ଓ ଜଷ୍ଟିସ କେ.ଭି. ବିଶ୍ୱନାଥନଙ୍କ ପାଖରେ ଶୁଣାଣି ହେବାକୁ ଥିଲା। କିନ୍ତୁ ମାନ୍ୟବର ଖଣ୍ଡପୀଠ ନିର୍ଦ୍ଦେଶ ଦେଇଛନ୍ତି ଯେ, ମାମଲାଟିକୁ ପୁଣିଥରେ ୧୬ ସେପ୍ଟେମ୍ବର ୨୦୨୫, ମାଧ୍ୟାହ୍ନ ୧୨ଟାରେ ଶୁଣାଣି ହେବ ଏବଂ ପୂର୍ବରୁ ଦିଆଯାଇଥିବା ଅନ୍ତରୀଣ ଆଦେଶ ଅଗାମୀ ଶୁଣାଣି ପର୍ଯ୍ୟନ୍ତ କାର୍ଯ୍ୟକାରୀ ରହିବ। ଏହି ନିର୍ଦ୍ଦେଶଟି ସ୍ୱତନ୍ତ୍ର ଶିକ୍ଷକଙ୍କର ମର୍ଯ୍ୟାଦା ଓ ଅଧିକାର ପାଇଁ ଗୁରୁତ୍ୱପୂର୍ଣ୍ଣ ହେବା ସହିତ ବିଶେଷ ଆବଶ୍ୟକତା ରଖୁଥିବା ଶିଶୁମାନଙ୍କ ଶିକ୍ଷାଧିକାରକୁ ମଧ୍ୟ ମଜବୁତ କରେ। ଜାତୀୟ ଶିକ୍ଷାନୀତି ୨୦୨୦ ଓ ଅନ୍ତର୍ନିବେଶୀ ଶିକ୍ଷାକୁ କାର୍ଯ୍ୟକାରୀ କରିବା ପାଇଁ ସ୍ୱତନ୍ତ୍ର ଶିକ୍ଷକଙ୍କର ନିଯୁକ୍ତି ଅତ୍ୟାବଶ୍ୟକ। ପ୍ରକାଶଥାଉ କି ବର୍ତ୍ତମାନ, ଓଡ଼ିଶାରେ ପ୍ରାୟ ୯,୦୦୦ ପ୍ରଶିକ୍ଷିତ ସ୍ୱତନ୍ତ୍ର ଶିକ୍ଷକ ପ୍ରାର୍ଥୀ ନିଯୁକ୍ତି ପାଇଁ ଅପେକ୍ଷାରେ ଅଛନ୍ତି ଏବଂ ୧.୪ ଲକ୍ଷ ବିଶେଷ ଆବଶ୍ୟକ ରଖୁଥିବା ବିଦ୍ୟାର୍ଥୀ ପ୍ରଶିକ୍ଷଣ ପ୍ରାପ୍ତ ଶିକ୍ଷକଙ୍କ ଅଭାବରୁ ସଠିକ୍ ଶିକ୍ଷା ପାଇ ପାରୁନାହାଁନ୍ତି।ଏହା ଦିବ୍ୟାଙ୍ଗ ଶିଶୁମାନଙ୍କ ଶିକ୍ଷା ଅଧିକାରକୁ ଉଲ୍ଲଂଘନ କରୁଛି।
Comments are closed, but trackbacks and pingbacks are open.