ନୂଆଦିଲ୍ଲୀ: ସମଗ୍ର ଦେଶରେ ବାଣ ବନ୍ଦ କରାଯିବା ଉଚିତ ପ୍ରଦୂଷଣ କୁ ନେଇ ଏହିଭଳି ଏକ ମନ୍ତବ୍ୟ ଦେଇଛନ୍ତି ସୁପ୍ରିମକୋର୍ଟ। ମୁଖ୍ୟ ବିଚାରପତି ବି ଆର ଗଭାଇ କହିଛନ୍ତି ଯେ ଯଦି ଏନସିଆର ସହରଗୁଡ଼ିକର ବାୟୁ ସଫା କରିବାର ଅଧିକାର ଅଛି, ତେବେ ଅନ୍ୟ ସହରର ଲୋକମାନଙ୍କୁ କାହିଁକି ନୁହେଁ ? ଯାହା ନୀତି ତିଆରି ହେବ ତାହା ସମଗ୍ର ଭାରତ ସ୍ତରରେ ହେବା ଉଚିତ। ଆମେ କେବଳ ଦିଲ୍ଲୀ ପାଇଁ ନୀତି ତିଆରି କରିପାରିବୁ ନାହିଁ । ମୁଁ ଗତ ଶୀତ ୠତୁରେ ଅମୃତସର ଯାଇଥିଲି ଏବଂ ସେଠାରେ ପ୍ରଦୂଷଣ ଦିଲ୍ଲୀ ଅପେକ୍ଷା ଖରାପ ଥିଲା । ଯଦି ବାଣ ଫୁଟାଇବା ଉପରେ ପ୍ରତିବନ୍ଧକ ଲଗାଯିବା ଉଚିତ, ତେବେ ଏହାକୁ ସମଗ୍ର ଦେଶରେ ନିଷେଧ କରାଯିବା ଉଚିତ ।
ଦିଲ୍ଲୀ-ଏନସିଆର ଅଞ୍ଚଳରେ ବାଣ ବିକ୍ରୟ, ସଂରକ୍ଷଣ, ପରିବହନ ଏବଂ ଉତ୍ପାଦନ ଉପରେ ପ୍ରତିବନ୍ଧକ ଲଗାଇବା ପାଇଁ ଏପ୍ରିଲ ୩ ତାରିଖରେ ଦେଇଥିବା ଆଦେଶ ବିରୋଧରେ ଏକ ଆବେଦନର ଶୁଣାଣି କରି ସୁପ୍ରିମକୋର୍ଟ ଏହି ମନ୍ତବ୍ୟ ଦେଇଛନ୍ତି । ଦିଲ୍ଲୀ-ଏନସିଆରରେ ବାଣ ଉପରେ ସମ୍ପୂର୍ଣ୍ଣ ନିଷେଧ ବିରୋଧରେ ଏକ ଆବେଦନ ଉପରେ ସୁପ୍ରିମକୋର୍ଟ CAQMକୁ ନୋଟିସ୍ ଜାରି କରି ଦୁଇ ସପ୍ତାହ ମଧ୍ୟରେ ଉତ୍ତର ମାଗିଛନ୍ତି । ସୁପ୍ରିମକୋର୍ଟ ଖଣ୍ଡପୀଠ କହିଛନ୍ତି ଯେ ଯେପର୍ଯ୍ୟନ୍ତ କୋର୍ଟ ସନ୍ତୁଷ୍ଟ ନହୁଅନ୍ତି ଯେ “ତଥାକଥିତ” ସବୁଜ କ୍ରାକର ଦ୍ୱାରା ହେଉଥିବା ପ୍ରଦୂଷଣ ସର୍ବନିମ୍ନ, ପୂର୍ବ ନିର୍ଦ୍ଦେଶଗୁଡ଼ିକର ପୁନର୍ବିଚାର କରିବାର କୌଣସି ପ୍ରଶ୍ନ ଉଠୁନାହିଁ ।
Prev Post
Comments are closed, but trackbacks and pingbacks are open.