ନୂଆଦିଲ୍ଲୀ: ପ୍ରାର୍ଥୀଙ୍କ ପାଇଁ ଏଣିକି ନୂଆ ନିୟମ ଲାଗୁ କରିଛନ୍ତି ସୁପ୍ରିମକୋର୍ଟ । ନୂଆ ଆଇନ ସ୍ନାତକମାନେ ନ୍ୟାୟିକ ସେବା ପରୀକ୍ଷା ଦେଇପାରିବେ ନାହିଁ ବୋଲି ସୁପ୍ରିମ୍କୋର୍ଟ ମଙ୍ଗଳବାର କହିଛନ୍ତି। ପ୍ରବେଶସ୍ତରୀୟ ପଦବି ଲାଗି ଆବେଦନ କରୁଥିବା ପ୍ରାର୍ଥୀଙ୍କ ପାଇଁ ଏଣିକି ସର୍ବନିମ୍ନ ତିନିବର୍ଷର ଆଇନଗତ ଅଭ୍ୟାସକୁ ବାଧ୍ୟତାମୂଳକ କରାଯାଇଛି। ସୁପ୍ରିମକୋର୍ଟଙ୍କ ଏହି ରାୟ ନ୍ୟାୟିକ ସେବା ଆଶାୟୀଙ୍କ ଉପରେ ସୁଦୂରପ୍ରସାରୀ ପ୍ରଭାବ ପକାଇବ। କାଧିକ ଉଚ୍ଚ ନ୍ୟାୟାଳୟଙ୍କ କହିବା ଅନୁଯାୟୀ, ନୂଆ ଆଇନ ସ୍ନାତକଙ୍କ ନିଯୁକ୍ତି ଅନେକ ଅସୁବିଧାର କାରଣ ପାଲଟିଛି। ନ୍ୟାୟିକ ଦକ୍ଷତା ସୁନିଶ୍ଚିତ କରିବା ପାଇଁ ଅଦାଲତରେ ବ୍ୟାବହାରିକ ଅଭିଜ୍ଞତା ଜରୁରି ବୋଲି ପ୍ରଧାନ ବିଚାରପତି ରାୟ ଶୁଣାଇ କହିଛନ୍ତି।
Comments are closed, but trackbacks and pingbacks are open.