ଓଡିଆ ପକ୍ଷ-୨୦୨୫ ଉଦ୍ଯାପିତ:
ଓଡିଆ ପକ୍ଷ ପାଳନ ଓଡିଆ ଅସ୍ମିତାର ଭାବନାକୁ ଅଧିକ ଋଦ୍ଧିମନ୍ତ କରିବ – ରାଜ୍ୟପାଳ
ଭୁବନେଶ୍ୱର, ତା ୧୪.୦୪.୨୦୨୫, ରାଜ୍ୟ ସରକାରଙ୍କ ପକ୍ଷରୁ ‘ଓଡିଆପକ୍ଷ’ ପାଳନ ଓଡିଆ ଅସ୍ମିତାର ଭାବନାକୁ ଅଧିକ ଋଦ୍ଧିମନ୍ତ କରିବ ବୋଲି ରାଜ୍ୟପାଳ ଡ. ହରି ବାବୁ କମ୍ଭମ୍ପାଟି କହିଛନ୍ତି । ଚଳିତ ଏପ୍ରିଲ୍ ୧ ତାରିଖରୁ ବିବିଧ କାର୍ଯ୍ୟକ୍ରମ ଆୟୋଜନ ମାଧ୍ୟମରେ ଆରମ୍ଭ ହୋଇଥିବା ‘ଓଡିଆ ପକ୍ଷ’ ପାଳନର ଉଦ୍ଯାପନୀ ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ରାଜ୍ୟପାଳ ଏହା କହିଛନ୍ତି । ଏପ୍ରିଲ୍ ୧୪ ତାରିଖ ସନ୍ଧ୍ୟାରେ ଓୟୁଏଟି (ଓଡିଶା କୃଷି ଓବୈଷୟିକ ବିଶ୍ୱ ବିଦ୍ୟାଳୟ)ର କୃଷି ଶିକ୍ଷା ସଦନଠାରେ ଆୟୋଜିତ ଏହି ଉଦ୍ଯାପନୀ ସମାରୋହରେ ଉଦ୍ବୋଧନଦେଇ ରାଜ୍ୟପାଳ କହିଥିଲେ ଯେ ଓଡିଆ ପକ୍ଷ ପାଳନ କବଳ ଏକ ସମୟ ଉପଯୋଗୀ ପଦକ୍ଷେପ ନୁହେଁ ବରଂ ଓଡିଶାର ଅନନ୍ୟ ପରିଚୟ, ଐତିହ୍ୟ ଏବଂ ଗର୍ବକୁ ଉଚ୍ଚ କରିବାର ଗୁରୁତ୍ୱପୂର୍ଣ୍ଣ ପ୍ରୟାସ ।
ଓଡିଆ ପକ୍ଷ ଲୋକ ପରମ୍ପରା, ସଂସ୍କୃତି, ପ୍ରାଚୀନ ଶାସ୍ତ୍ର, ପର୍ବପର୍ବାଣୀ, ହସ୍ତ ଶିଳ୍ପ, ଖାଦ୍ୟ ଏବଂ ମହାନ ସନ୍ତାନମାନଙ୍କ କୃତୀ ଓ କୀର୍ତିକୁ ସୁନ୍ଦର ଭାବରେ ପ୍ରଦର୍ଶନ କରିବାର ସୁଯୋଗ ସୃଷ୍ଟି କରିଛି ଯାହା ଲୋକଙ୍କ ମଧ୍ୟରେ ଗର୍ବର ଭାବନାକୁ ପନୁଃଜୀବତି କରିବ । ଓଡିଆ ପକ୍ଷ କେବଳ ରାଜ୍ୟର ସମୃଦ୍ଧ ଐତିହ୍ୟ ପ୍ରତି ସମ୍ମାନ ନୁହେଁ ବରଂ ବିଭିନ୍ନ କ୍ଷେତ୍ରରେ ଓଡିଶାର ଅପାର ସମ୍ଭାବନାକୁ ସଂରକ୍ଷଣ, ପ୍ରୋତ୍ସାହନ ଏବଂ ପ୍ରଦର୍ଶିତ କରିବା ପାଇଁ ଏକ ଆହ୍ୱାନା ଏହା ଓଡିଶାର ମୂଲ୍ୟବୋଧ ଓ ବୈଶିଷ୍ଟ୍ୟକୁ ବଜାୟ ରଖିବା ପାଇଁ ସାମୁହିକ ଭାବେ ଦାୟିତ୍ୱ ନିର୍ବାହ କରିବା ପାଇଁ ପ୍ରେରଣା ଯୋଗାଇବ ।
“ଓଡିଆ ପକ୍ଷ” ପାଳନ ସାଂସ୍କୃତିକ ଗୌରବକୁ ଏକ ବିକଶିତ ଓଡିଶା ଏବଂ ବିକଶିତ ଭାରତ ଗଠନ ଦିଗରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ ବୋଲି ରାଜ୍ୟପାଳ କହିଥିଲେ । ଏହି ସମାରୋହରେ ସମ୍ମାନନୀୟ ଅତିଥି ଭାବେ ଯୋଗ ଦେଇ ପୂର୍ତ, ଆଇନ ଏବଂ ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ, ଏକାମ୍ର ଭୁବନେଶ୍ୱର ବିଧାୟକ ବାବୁ ସିଂହ, ବିଏମ୍ସି ମେୟର ଶ୍ରୀମତୀ ସୁଲୋଚନା ଦାସ ବକ୍ତବ୍ୟ ପ୍ରଦାନ କରି ମାତୃଭୂମି ଓ ମାତୃଭାଷା ପ୍ରତି ମମତା ରଖି ଓଡିଶାର କଳା, ସାହିତ୍ୟ, ସଂସ୍କୃତି, ଐତିହ୍ୟ ପରମ୍ପରା ଏବଂ ବିକାଶର ଧାରା ତଥା ଓଡିଆ ଅସ୍ମିତାକୁ ଅଧିକ କ୍ରିୟାଶୀଳ ତଥା ଋଦ୍ଧିମନ୍ତ କରିବାରେ ଓଡିଆ ପକ୍ଷ ସହାୟକ ହେବ ବୋଲି କହିବା ସାହିତ ଆଗାମୀ ଦିନରେ ଅଧିକ ବ୍ୟାପକ ଭାବେ “ଓଡିଆ ପକ୍ଷ” ପାଳନ କରିବା ଉପରେ ଗୁରୁତ୍ୱାରୋପ କରିଥିଲେ ।
Comments are closed, but trackbacks and pingbacks are open.