ଏହି ୬ ଜଣଙ୍କୁ ଇନଷ୍ଟାଗ୍ରାମରେ ଫଲୋ କରନ୍ତି ସୁପରଷ୍ଟାର ଅକ୍ଷୟ କୁମାର

31

ମୁମ୍ବାଇ: ବଲିଉଡରେ ଅଭିନେତା ଅକ୍ଷୟ କୁମାର ନିଜ ଫିଲ୍ମ ପାଇଁ ପ୍ରାୟତଃ ଚର୍ଚ୍ଚାରେ ରହିଥାନ୍ତି । 2022ରେ ଖିଲାଡି କୁମାରଙ୍କର ଚଳଚ୍ଚିତ୍ର ବକ୍ସ ଅଫିସରେ କ୍ରମାଗତ ଭାବରେ ଫ୍ଲପ୍ ହୋଇଥିଲା । ଯେଉଁଥି ପାଇଁ ତାଙ୍କୁ ଟ୍ରୋଲର ଶିକାର ମଧ୍ୟ ହେବା ପାଇଁ ପଡିଥିଲା । ସୋସିଆଲ ମିଡିଆରେ ଲଗାତାର ବୟକଟ୍ ଅକ୍ଷୟ କୁମାର ଟ୍ରେଣ୍ତ କରୁଥିଲା ।

ହେଲେ ଏହାର ପ୍ରଭାବ ଖିଲାଡି କୁମାରଙ୍କ ପପୁଲାରିଟି ଉପରେ ପଡିନାହିଁ । ପ୍ରଶଂସକଙ୍କ ସଂଖ୍ୟା ମଧ୍ୟ ହ୍ରାସ ପାଇ ନାହିଁ । ଆପଣଙ୍କୁ ଜଣାଇବା ପାଇଁ ଚାହିଁବୁ ଯେ, ଖିଲାଡି କୁମାର ସୋସିଆଲ ମିଡିଆରେ ବେଶ୍ ଆକ୍ଟିଭ୍ ରୁହନ୍ତି । ସେ ନିଜ ଫଟୋ ଓ ଭିଡିଓ ତାଙ୍କ ଇନଷ୍ଟାଗ୍ରାମରେ ପ୍ରାୟତଃ ସେୟାର କରି ସବୁ ଟିକନିକ୍ ଅପଡେଟ୍ ଫ୍ୟାନ୍ସଙ୍କୁ ଦେଇଥାନ୍ତି । ଇନଷ୍ଟାଗ୍ରାମରେ ଅକ୍ଷୟ କୁମାରଙ୍କୁ ୬୦ ମିଲିୟନରୁ ଅଧିକ ଲୋକ ଫଲୋ କରନ୍ତି । ହେଲେ ଅଭିନେତା ଇନଷ୍ଟାଗ୍ରାମରେ ମାତ୍ର ୬ ଜଣଙ୍କୁ ଫଲୋ କରନ୍ତି ।

ଇନଷ୍ଟାଗ୍ରାମରେ ଅକ୍ଷୟ କୁମାରଙ୍କର ୬୪.୮ ମିଲିୟନ ଫଲୋର୍ସ ଅଛନ୍ତି । ସେମାନଙ୍କ ମଧ୍ୟରେ ଅନେକ ସେଲିବ୍ରିଟି ଅଛନ୍ତି, ଯେଉଁମାନେ ତାଙ୍କୁ ଫଲୋ କରନ୍ତି, କିନ୍ତୁ ଅଭିନେତା ଇନଷ୍ଟାଗ୍ରାମରେ ମାତ୍ର ୬ ଜଣଙ୍କୁ ହିଁ ଫଲୋ କରନ୍ତି । ଏହି 6 ଜଣଙ୍କ ମଧ୍ୟରେ ତାଙ୍କ ପତ୍ନୀ ଏବଂ ବଲିଉଡ ଅଭିନେତ୍ରୀ ଟ୍ୱିଙ୍କଲ ଖାନ୍ନାଙ୍କ ନାମ ମଧ୍ୟ ଅନ୍ତର୍ଭୁକ୍ତ ହୋଇଛି। ଅକ୍ଷୟ କୁମାର ତାଙ୍କ ପତ୍ନୀଙ୍କ ସମସ୍ତ ପୋଷ୍ଟ ଉପରେ କମେଣ୍ଟ ଓ ଲାଇକ୍ କରିବା ପାଇଁ କେବେବି ଭୁଲନ୍ତି ନାହିଁ । ଅକ୍ଷୟ କୁମାର ଇନଷ୍ଟାଗ୍ରାମରେ ଟ୍ୱିକ୍ ଇଣ୍ଡିଆ ନାମକ ଏକ ସଂଗଠନକୁ ମଧ୍ୟ ଫଲୋ କରନ୍ତି। ତାଙ୍କ ପତ୍ନୀ ମଧ୍ୟ ଏହି ଅନୁଷ୍ଠାନକୁ ଅନୁସରଣ କରନ୍ତି। ଅକ୍ଷୟ କୁମାର ନିକଟରେ ତାଙ୍କ ପୋଷାକ ବ୍ରାଣ୍ଡ ଲଞ୍ଚ କରିଛନ୍ତି, ଯାହାର ନାମ ଫୋର୍ସ IX । ସୂଚନା ଅନୁଯାୟୀ, ଅକ୍ଷୟ କୁମାର ମନୀଷ ମଣ୍ଡନାଙ୍କ ସହ ୨୦୨୨ ମସିହାରେ ଏହି ବ୍ରାଣ୍ଡ ଆରମ୍ଭ କରିଥିଲେ। ତେଣୁ ଅକ୍ଷୟ ଏହି ବ୍ରାଣ୍ଡକୁ ମଧ୍ୟ ଇନଷ୍ଟାରେ ଫଲୋ କରନ୍ତି ।

Comments are closed, but trackbacks and pingbacks are open.