ବାପାଙ୍କର ବିଗିଡ଼ିଲା ସ୍ୱାସ୍ଥ୍ୟବସ୍ଥା, ଆମେରିକା ନେଇ ପହଞ୍ଚିଲେ ସନି ଦେଓଲ

190

ବଲିଉଡ ଅଭିନେତା ଧର୍ମେନ୍ଦ୍ରଙ୍କୁ ୮୭ ବର୍ଷ ବୟସ ହୋଇଛି । ଏହି ବୟସରେ ମଧ୍ୟ ସେ ଇଣ୍ଡଷ୍ଟ୍ରିରେ କାମ କରୁଛନ୍ତି । ନିକଟରେ ମୁକ୍ତିଲାଭ କରିଥିବା କରନ ଜୋହରଙ୍କ ଫିଲ୍ମ ରକି ଅର ରାନୀ କି ପ୍ରେମ କାହାନୀରେ ଧର୍ମେନ୍ଦ୍ର ଚମତ୍କାର ଅଭିନୟ କରିଛନ୍ତି ।

ଶବାନା ଆଜମିଙ୍କ ସହ ତାଙ୍କର କେମେଷ୍ଟ୍ରି ବଡ ପରଦାରେ ବହୁତ ପ୍ରଶଂସିତ ହୋଇଛି l ଧର୍ମେନ୍ଦ୍ରଙ୍କ ଅଭିନୀତ ରକି ଅର ରାନୀକି ପ୍ରେମ କାହାନି ବିଶ୍ୱବ୍ୟାପୀ ହିଟ୍ ହୋଇଥିବା ପ୍ରମାଣିତ ହୋଇଛି । ଏହା ସହ ତାଙ୍କ ପୁଅ ସନି ପାଜିଙ୍କ କ୍ୟାରିୟର ମଧ୍ୟ ଫେରି ଆସିଛି । ସନି ଦେଓଲଙ୍କ ଫିଲ୍ମ ଗାଦର ୨ ମଧ୍ୟ ବକ୍ସ ଅଫିସରେ ଆଲୋଡ଼ନ ସୃଷ୍ଟି କରିଛି । ୨୦୨୩ ବର୍ଷ ଉଭୟ ପିତା ଏବଂ ପୁଅ ପାଇଁ ବହୁତ ଭାଗ୍ୟବାନ ବୋଲି ପ୍ରମାଣିତ ହୋଇଛି l ତେବେ ବର୍ତ୍ତମାନ ଧର୍ମେନ୍ଦ୍ରଙ୍କ ସ୍ୱାସ୍ଥ୍ୟ ଅବସ୍ଥା ବିଗିଡି ଯାଇଛି । ଯାହା ପରେ ସନି ଦେଓଲ ତାଙ୍କ ସହ ଆମେରିକାରେ ପହଞ୍ଚିଛନ୍ତି । ଯେଉଁଠାରେ ତାଙ୍କୁ ଚିକିତ୍ସା କରାଯିବ।

ଧର୍ମେନ୍ଦ୍ରଙ୍କୁ ୮୭ ବର୍ଷ ବୟସ, ଯେଉଁଥିପାଇଁ ସେ ଅନେକ ବୟସ ସମ୍ବନ୍ଧୀୟ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ରିପୋର୍ଟ ଅନୁଯାୟୀ, ଏହି ଚିକିତ୍ସା ପାଇଁ ସନ୍ନି ଦେଓଲ ତାଙ୍କୁ ଆମେରିକା ନେଇଛନ୍ତି, ଯେଉଁଠାରେ ତାଙ୍କର ଚିକିତ୍ସା ୨୦ ଦିନ ପର୍ଯ୍ୟନ୍ତ ଚାଲିବ ବୋଲି ସୂଚନା ମିଳିଛି ।

ଏହି ସମୟରେ ସନି ପାଜି କାମରୁ ବିରତି ନେଇ ପିତାଙ୍କ ସ୍ୱାସ୍ଥ୍ୟ ଉପରେ ଧ୍ୟାନ ଦେବାକୁ ନିଷ୍ପତ୍ତି ନେଇଛନ୍ତି । ତେବେ ଏକ ଉତ୍ସକୁ ଉଦ୍ଧୃତ କରି ଖବର ଆସୁଛି ଯେ ବର୍ତ୍ତମାନ ଭୟଭୀତ ହେବାର କୌଣସି ଆବଶ୍ୟକତା ନାହିଁ।

Comments are closed, but trackbacks and pingbacks are open.