ଆସନ୍ତାକାଲି ଆନ୍ତର୍ଜାତିକ ମହାକାଶ କେନ୍ଦ୍ରରୁ ଫେରିବେ ସୁନିତା ୱିଲିୟମସ୍

58

ନୂଆଦିଲ୍ଲୀ: ଆସନ୍ତାକାଲି ପୃଥିବୀକୁ ଫେରିବେ ସୁନୀତା ୱିଲିୟମ୍ସ । ସୂଚନା ଦେଇଛି ନାସା । ୧୯ରେ ଫେରିବାର ଥିଲା।  କିନ୍ତୁ ପରିବେଶ ଅନୁକୂଳ ଯୋଗୁ ଆସନ୍ତାକାଲି ଫେରିବେ ।  ଫ୍ଲୋରିଡା କୋଷ୍ଟରେ ଅବତରଣ କରିବ ସ୍ପେସ୍ କ୍ରାଫ୍ଟ ।  ଆଜି ଆନ୍ତର୍ଜାତିକ ମହାକାଶ କେନ୍ଦ୍ରରୁ ବାହାରିବ ଡ୍ରାଗନ ସ୍ପେସ୍ କ୍ରାଫ୍ଟ  । କାଲି ସଂଧ୍ୟା ୫ଟା ୫୭ରେ ଫ୍ଲୋରିଡ଼ା କୋଷ୍ଟରେ ପହଞ୍ଚିବ ।  ୯ ମାସ ହେଲା ISSରେ ଫିସି ରହିଛନ୍ତି ଭାରତୀୟ ବଂଶୋଦ୍ଭବ ମହାକାଶଚାରୀ ସୁନିତା ୱିଲିୟମ୍ସ ଓ ସାଥୀ ୱିଲ୍ ବୁଚ୍ ମୋର୍।  ଉଭୟ ପୃଥିବୀକୁ ଫେରିବା ପାଇଁ ପ୍ରକ୍ରିୟା ଆରମ୍ଭ ହୋଇ ସାରିଛି । ଶୁକ୍ରବାର ଫ୍ଲୋରିଡାର କେନେଡି ମହାକାଶ କେନ୍ଦ୍ରରୁ କ୍ରୁ-୧୦ ଡ୍ରାଗନ ସ୍ପେସ୍ କ୍ରାଫ୍ଟ ଅନ୍ତର୍ଜାତୀୟ ସ୍ପେସ୍ ଷ୍ଟେସନକୁ ଯାତ୍ରା କରିଥିଲା। ୨୮ ଘଣ୍ଟାର ଯାତ୍ରା ପରେ ଆନ୍ତର୍ଜାତିକ ମହାକାଶ କେନ୍ଦ୍ରରେ ପହଞ୍ଚିଥିଲା । ଆସନ୍ତାକାଲି ସୁନିତା ଓ ବୁଚମୋରଙ୍କୁ ନେଇ ପୃଥିବୀ ପୃଷ୍ଠକୁ ଫେରିବ ଡ୍ରାଗନ ସ୍ପେସ୍ କ୍ରାଫ୍ଟ।

Comments are closed, but trackbacks and pingbacks are open.