ସୁମିତ – ତପସ୍ୱିନୀ ବିବାହ ବିବାଦ : ରାଜ ଭବନରୁ ଜିଲ୍ଲାପାଳଙ୍କୁ ଚିଠି, ତଦନ୍ତ ନିର୍ଦ୍ଦେଶ

17

ବହୁ ଚର୍ଚ୍ଚିତ ଡାକ୍ତର ସୁମିତ ସାହୁ ଓ ତପସ୍ବିନୀ ଦାସ ବିବାହ ବିବାଦ ମାମଲାରେ ଅଡୁଆ ବଢି ବଢି ଚାଲିଛି ବାହାରି ପାରୁନି ଏ ଯାଏ ସମାଧାନ ର ବାଟ । ଏହି ଘଟଣାର ହସ୍ତକ୍ଷେପ କରିବାକୁ ଗଂଜାମ ଜିଲାପାଳ ଙ୍କୁ ରାଜଭବନ ରୁ ଚିଠି ଦ୍ୱାରା ନିର୍ଦ୍ଦେଶ ଦିଆଯାଇଛି I ଧାରଣା ଦେବା ପୂର୍ବରୁ ନ୍ୟାୟ ପାଇଁ ତପସ୍ବିନୀ ଦାସ ଗତ ମାସ ୨୦ତାରିଖରେ ରାଜ୍ୟପାଳଙ୍କ ସମେତ ମୁଖ୍ୟମନ୍ତ୍ରୀ , ଗଞ୍ଜାମ ଜିଲ୍ଲାପାଳଙ୍କୁ ଚିଠି ଲେଖି ନ୍ୟାୟ ଭିକ୍ଷା କରିଥିଲେ । ତେଣୁ ଏହି ଘଟଣାର ତଦନ୍ତ କରି ଆବେଦନକାରୀ ଏବଂ ରାଜଭବନକୁ ଜଣାଇବା ପାଇଁ ଚିଠିରେ ନିର୍ଦ୍ଦେଶ ଦିଆଯାଇଛି । ନ୍ୟାୟ ଦାବିରେ ସ୍ବାମୀଙ୍କ ଘର ବାରଣ୍ଡାରେ ତପସ୍ବିନୀ ଧାରଣାରେ ବସିଛନ୍ତି ।
ଏହାରି ଭିତରେ ତଳ କୋର୍ଟଙ୍କ ରାୟକୁ ଚାଲେଞ୍ଜ କରି ଉପରକୋର୍ଟକୁ ଯାଇଛନ୍ତି ତପସ୍ବିନୀ ଦାସ । ଆଉ ଏହି ସମୟରେ ଡାକ୍ତର ସୁମିତଙ୍କ ଘର ବାରଣ୍ଡାରେ ଲାଗିଥିବା ସିସିଟିଭିକୁ ଢ଼ାଙ୍କି ଦେଇଛନ୍ତି । ଯାହାକୁ ଆଳ କରି ନୂଆ ଅଭିଯୋଗ ଆଣିଛନ୍ତି ସୁମିତଙ୍କ ବାପା ପ୍ରମୋଦ ସାହୁ । ତପସ୍ବିନୀ ଓ ସମାଜସେବୀ ପ୍ରମିଳା ତ୍ରିପାଠୀ ତାଙ୍କ ପରିବାର ବିରୋଧରେ ଷଡ଼ଯନ୍ତ୍ର କରୁଥିବା କହିଛନ୍ତି । ସେପଟେ କିନ୍ତୁ ନ୍ୟାୟ ନମିଳିବା ପର୍ଯ୍ୟନ୍ତ ତାଙ୍କର ଲଢ଼େଇ ଜାରି ରହିବ ବୋଲି କହିଛନ୍ତି ତପସ୍ବିନୀ ।

Leave A Reply

Your email address will not be published.