ସୋସିଆଲ ମିଡିଆରେ ସୁଲତା ଦେଓଙ୍କୁ ଧମକ ର ତଦନ୍ତ କରିବ ମହିନ୍ଦ୍ରା ଗ୍ରୁପ୍

122

ଭୁବନେଶ୍ୱର: ଓଡ଼ିଶା ସାଂସଦ ସୁଲତା ଦେଓଙ୍କୁ ଦୁଷ୍କର୍ମ ଧମକ ଦେବା ଅଭିଯୋଗର ପ୍ରତିକ୍ରିୟା ରଖିଛି ମହିନ୍ଦ୍ରା ଗ୍ରୁପ୍। କମ୍ପାନୀ ପକ୍ଷରୁ ଏହି ଘଟଣାକୁ “ମର୍ଯ୍ୟାଦାହୀନ ଏବଂ ଅତ୍ୟନ୍ତ ଅନୁପଯୁକ୍ତ” କହିବା ସହ ନିନ୍ଦା କରାଯାଇଛି। ଏକ୍ସର ଏକ ପୋଷ୍ଟରେ କମ୍ପାନୀ କହିଛି ଯେ ଏହି ମାମଲାକୁ ଅତ୍ୟନ୍ତ ଗମ୍ଭୀରତାର ସହିତ ନିଆଯାଇଛି ଏବଂ ଏହାର ତୁରନ୍ତ ତଦନ୍ତ ଆରମ୍ଭ କରାଯାଇଛି। “ଆମ କର୍ମଚାରୀମାନଙ୍କ ମଧ୍ୟରୁ ଜଣେ ଫେସବୁକରେ ରାଜନେତାଙ୍କ ପ୍ରତି କରିଥିବା ପୋଷ୍ଟ ନେଇ ଆମେ ଅବଗତ ହୋଇଛୁ। ମହିନ୍ଦ୍ରା ଗ୍ରୁପ୍ ସର୍ବଦା ମାନବିକ ମର୍ଯ୍ୟାଦା ଉପରେ ଗୁରୁତ୍ଵାରୋପ କରିଥାଏ ଏବଂ ନୀତିର କୌଣସି ଉଲ୍ଲଂଘନକୁ ସହ୍ୟ କରେ ନାହିଁ। ଆନନ୍ଦ ମହିନ୍ଦ୍ରାଙ୍କ ନେତୃତ୍ୱାଧୀନ ଫାର୍ମ ଏହା ମଧ୍ୟ କହିଛି ଯେ ଏନେଇ ତୁରନ୍ତ ତଦନ୍ତ କରାଯାଉଛି। “ଅଭିଯୋଗଗୁଡ଼ିକ ସତ୍ୟ ପ୍ରମାଣିତ ହେଲେ ଆମର ଆଚରଣ ସଂହିତା ଏବଂ ମୂଲ୍ୟବୋଧ ଅନୁଯାୟୀ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଚଳିତ ମାସ ଆରମ୍ଭରେ ଦିଲ୍ଲୀ ଏମ୍ସରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁବରଣ କରିଥିବା ବଳଙ୍ଗା ପୀଡ଼ିତାଙ୍କ ଭାଇରାଲ ହୋଇଥିବା ଭିଡିଓଗ୍ରାଫ୍ ବୟାନ ଉପରେ ରାଜ୍ୟ ସରକାରଙ୍କ ପ୍ରତିକ୍ରିୟା ଦାବି କରି କମ୍ପାନୀର ଜଣେ କର୍ମଚାରୀ ବିଜେଡି ସାଂସଦ ସୁଲତା ଦେଓଙ୍କୁ ଫେସବୁକ୍ ପୋଷ୍ଟରେ “ଦୁଷ୍କର୍ମ ଏବଂ ହତ୍ୟା” କରିବାକୁ ଧମକ ଦେଇଥିଲେ।

ବିଜେଡି ସାଂସଦ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଅମିତ ଶାହ, ଆନନ୍ଦ ମହିନ୍ଦ୍ରା ଏବଂ ଓଡ଼ିଶା ମୁଖ୍ୟମନ୍ତ୍ରୀଙ୍କୁ ଟ୍ୟାଗ୍ କରି ‘ଏକ୍ସ’ରେ ଏକ ପୋଷ୍ଟରେ ମହିନ୍ଦ୍ରା ଗ୍ରୁପ୍ କର୍ମଚାରୀଙ୍କ ଦ୍ୱାରା ଦିଆଯାଇଥିବା ଧମକର ସ୍କ୍ରିନସଟ୍ ସେୟାର କରିଥିଲେ।

Comments are closed, but trackbacks and pingbacks are open.