ପକ୍ସୋ କୋର୍ଟ ବିଚାରପତିଙ୍କ ଆତ୍ମହତ୍ୟା

20

କଟକ ପକ୍ସୋ କୋର୍ଟ ବିଚାରପତିଙ୍କ ଆତ୍ମହତ୍ୟା। ସ୍ୱତନ୍ତ୍ର ପକ୍ସୋ କୋର୍ଟ ବିଚାରପତି ସୁବାସ କୁମାର ବିହାରୀ। ସିଡିଏ ସେକ୍ଟର-୯ ସ୍ଥିତ ସରକାରୀ ଘରେ ଆତ୍ମହତ୍ୟା କରିଥିବା ସୂଚନା ମିଳିଛି। ସିଡିଏର ଏକ ଘରୋଇ ଡାକ୍ତରଖାନାରେ ତାଙ୍କୁ ମୃତ ଘୋଷଣା କରିଛନ୍ତି ଡାକ୍ତର I ଘଟଣାସ୍ଥଳରେ ସ୍ଥାନୀୟ ପୁଲିସ ପହଂଚି ତଦନ୍ତ ଆରମ୍ଭ କରିଥିବାବେଳେ ଆତ୍ମହତ୍ୟାର କାରଣ ଅସ୍ପଷ୍ଟ ରହିଛି।

ବିଚାରପତି ସୁବାସ ବିହାରୀ ଗତ ୨ ଦିନ ହେବ ଛୁଟିରେ ଥିଲେ । ଆଜି ସେ କାର୍ଯ୍ୟରେ ଯୋଗ ଦେବାର ଥିଲା କିନ୍ତୁ ଆଜି ଦିନ ୧୦ଟା ବେଳେ ସେ ଛୁଟିରେ ରହିବେ ବୋଲି ତାଙ୍କ ଷ୍ଟେନୋ କହିଛନ୍ତି I ତାଙ୍କ ଘର ଯାଜପୁର ଜିଲ୍ଲାରେ। ତାଙ୍କ ପତ୍ନୀ ଓ ଦୁଇ ଝିଅ ଅଛନ୍ତି।

ଏସିପି ତାପସ ପ୍ରଧାନ ଙ୍କ ସୂଚନା ଅନୁସାରେ,ପାରିପାର୍ଶ୍ୱିକ ସ୍ଥିତିରୁ ରଶି ଲଗାଇ ଆତ୍ମହତ୍ୟା ଭଳି ଜଣାପଡୁଛି। ବେକରେ ଦାଗ ରହିଛି, ଆଞ୍ଚୁଡ଼ା ଚିହ୍ନ ବି ଟିକେ ଥିବା ଦେଖାଯାଇଛି। ସାଧାରଣତଃ ଆତ୍ମହତ୍ୟା କଲେ ଏଭଳି ଦାଗ ସୃଷ୍ଟି ହୋଇଥାଏ। ଘଟଣା ସ୍ଥଳରୁ ଏକ ରଶି ଜବତ ହୋଇଛି, ପରୀକ୍ଷା ପାଇଁ ପଠାଯିବ। ଆତ୍ମହତ୍ୟା ଭଳି ଜଣାପଡୁଛି, ଅଧିକ ତଦନ୍ତ ହେଲେ ସ୍ପଷ୍ଟ ଜଣାପଡ଼ିବ।

ଘରେ କେହି ନଥିବା ବେଳେ ଏଭଳି ଘଟଣା ଘଟିଛି ବୋଲି ଏସିପି କହିଛନ୍ତି। ପତ୍ନୀ ବାହାରକୁ ଯାଇଥିଲେ, ଅଡର୍ଲି ୧୨ଟାରେ ପଳାଇ ଯାଇଥିଲା। ଆଉ କିଛି କାମ ନାହିଁ କହି ଅଡର୍ଲିକୁ ୧୨ଟାରେ ପଠାଇ ଦେଇଥିଲେ ଜଜ୍। ପରେ ଘରକୁ ଫେରି ପତ୍ନୀ ଝୁଲନ୍ତା ମୃତଦେହ ଦେଖିଥିବା ଜଣାପଡ଼ିଥିବା ଏସିପି କହିଛନ୍ତି। ଏହି ଘଟଣାରେ ଅଧିକ ତଦନ୍ତ ଚହଲୁ ରହିଛି I

Comments are closed, but trackbacks and pingbacks are open.