ଚାନ୍ଦିପୁରରୁ ଉପକୂଳରୁ ନୌସେନାର VL SRSAM କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ

30

ବାଲେଶ୍ବର ଜିଲ୍ଲା ଚାନ୍ଦିପୁର ଉପକୂଳରୁ ନୌସେନାର ଏକ ଯୁଦ୍ଧ ଜାହାଜରୁ ସ୍ୱଳ୍ପ ଦୂରଗାମୀ VL SRSAM କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ କରାଯାଇଛି । ଭାରତୀୟ ପ୍ରତିରକ୍ଷା ଗବେଷଣା ସଂସ୍ଥା DRDO ଏବଂ ଭାରତୀୟ ନୌସେନା ପକ୍ଷରୁ ମିଳିତ ଭାବରେ ଏହି ପରୀକ୍ଷଣ କରାଯାଇଥିଲା ।ଭୂପୃଷ୍ଠରୁ ଆକାଶକୁ ନିକ୍ଷେପ କରାଯାଇ ପାରିବ ଏହି କ୍ଷେପଣାସ୍ତ୍ର । ଏହାର ସଫଳ ପରୀକ୍ଷଣ ପରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ DRDOକୁ ଶୁଭେଚ୍ଛା ଜଣାଇଛନ୍ତି ।
ଶୁକ୍ରବାର ଆକାଶ ମାର୍ଗରୁ ଆସୁଥିବା ଏକ ଦ୍ରୁତଗାମୀ ଲକ୍ଷ୍ୟକୁ ସଫଳତାର ସହ ଭେଦ କରିଥିଲା । ଏହି କ୍ଷେପଣାସ୍ତ୍ରର ଗତିବିଧିକୁ ଚାନ୍ଦିପୁର ସମନ୍ବିତ ପରୀକ୍ଷଣ କେନ୍ଦ୍ର ITRରୁ ନିରୀକ୍ଷଣ କରାଯାଇଥିଲା । ରାଡାର ଏବଂ ଇନଫ୍ରାରେଡକୁ ଚକମା ଦେଉଥିବା ମିସାଇଲ ଗୁଡିକୁ ମଧ୍ୟ ଏହି କ୍ଷେପଣାସ୍ତ୍ର ଟାର୍ଗେଟ କରିବାରେ ମାହିର । ଏକ ହାଇ ସ୍ପିଡ ଏରିଆଲ ବିମାନକୁ ଟାର୍ଗେଟ କରି ଆଜି ଏହି ମିସାଇଲର ଉତକ୍ଷେପଣ କରାଯାଇଥିଲା । ଏନେଇ DRDO ପକ୍ଷରୁ ସୂଚନା ଦିଆଯାଇଛି ।

Comments are closed, but trackbacks and pingbacks are open.