ଅବଦୁଲ କଲାମ ଦ୍ୱୀପ ରୁ ଅଗ୍ନି-୪ ବାଲିଷ୍ଟିକ ମିଜାଇଲର ସଫଳ ପରୀକ୍ଷଣ

36

ସୋମବାର ସନ୍ଧ୍ୟା ୭:୩୦ ରେ ଭଦ୍ରକ ଅବଦୁଲ କଲାମ ଦ୍ୱୀପରେ ନ୍ୟୁକିୟର କ୍ଷମତା ସମ୍ପନ୍ନ ଅଗ୍ନି-୪ ବାଲିଷ୍ଟିକ୍ ମିଜାଇଲର ସଫଳ ପରୀକ୍ଷଣ ହୋଇଛି I ଆଉ ଏହି ମିଜାଇଲର ସଫଳ ପରୀକ୍ଷଣ ପରେ ଦେଶର ସାମରିକ ଶକ୍ତିରେ ବୃଦ୍ଧି ହୋଇଛି ।
ଏହି ମଧ୍ୟମ ଦୂରଗାମୀ ରେଞ୍ଜର କ୍ଷେପଣାସ୍ତ୍ର ଅଗ୍ନି ୪ର ୩୫୦୦ ରୁ ୪୦୦୦ କିମି ଯାଏଁ ଲକ୍ଷ୍ୟଭେଦ କ୍ଷମତା ରହିଛି । ଏହି ମିଜାଇଲର ଲମ୍ବ ୨୦ ମିଟର, ୧ ଟନ୍ ଯୁଦ୍ଧାସ୍ତ୍ର ବହନ କରିବାର କ୍ଷମତା ରହିଛି । ଏହି ସୂଚନା ଦେଇଛି ଭାରତୀୟ ପ୍ରତିରକ୍ଷା ମନ୍ତ୍ରାଳୟ।
ଗତ ବର୍ଷ ଭାରତ ନ୍ୟୁକ୍ଲିୟର ଶକ୍ତି ସମ୍ପନ୍ନ ଅଗ୍ନି ପ୍ରାଇମ କ୍ଷେପଣାସ୍ତ୍ରକୁ ସଫଳ ପରୀକ୍ଷଣ କରିଥିଲା, ଏହି ମିଜାଇଲ ୧୦୦୦ ରୁ ୨୦୦୦ କିମି ଲକ୍ଷ୍ୟଭେଦ କରିପାରିବ ।

Comments are closed, but trackbacks and pingbacks are open.