କିମ୍‍ସ ଡାକ୍ତରଙ୍କ ସଫଳ ପ୍ରୟାସ,ଇକ୍‍ମୋ ବଞ୍ଚାଇଲା ଜୀବନ

89

ଭୁବନେଶ୍ୱର,୨୬ । ୯: କିମ୍‍ସ ଡାକ୍ତରଙ୍କ ଅପ୍ରାଣ ଉଦ୍ୟମ ଯୋଗୁଁ ମୃତ୍ୟୁ ମୁଖରୁ ଫେରିଆସିଛନ୍ତି ଜଣେ ଯୁବକ । ପଡ଼ୋଶୀ ପଶ୍ଚିମବଙ୍ଗର ଏହି ରୋଗୀଙ୍କ ଛାତି ଓ ଫୁସ୍‍ଫୁସ୍‍ ସାଂଘାତିକ ଭାବେ ସଂକ୍ରମିତ ହୋଇ ସଂକଟାପନ୍ନ ହୋଇଥିଲେ । ତାଙ୍କୁ କଳିଙ୍ଗ ଇନ୍‍ଷ୍ଟିଚ୍ୟୁଟ୍‍ ଅଫ୍‍ ମେଡିକାଲ୍‍ ସାଇନ୍‍ସେସ୍‍ (କିମ୍‍ସ)ରେ ଭର୍ତ୍ତି କରାଯାଇଥିଲା । ଆପାତ୍‍କାଳୀନ ସ୍ଥିତିରେ ତୁରନ୍ତ ତାଙ୍କର ଚିକିତ୍ସା ପାଇଁ କିମ୍‍ସ ଡାକ୍ତର ଓ ବିଶେଷଜ୍ଞ ଲାଗିପଡ଼ିଥିଲେ । ତାଙ୍କୁ ଜୀବନ ରକ୍ଷାକାରୀ ଯନ୍ତ୍ର କୁହାଯାଉଥିବା ଇକ୍‍ମୋର ସହାୟତାରେ ନିଶ୍ଚିତ ମୃତ୍ୟୁ ମୁଖରୁ ଫେରାଇ ଆଣିବାକୁ କିମ୍‍ସ ଡାକ୍ତରମାନେ ସଫଳ ହୋଇଛନ୍ତି । କିମ୍‍ସ ସୁପରସ୍ପେସିଆଲିଟ୍‍ ହସ୍‍ପିଟାଲ୍‍ର କ୍ରିଟିକାଲ କେୟାର ଭେଷଜ ଡାକ୍ତର ସୁନୀଲ କୁମାର ଜେନା, ସିଟିଭିଏସ୍‍ ଡା ଚନ୍ଦନ କୁମାର ରାୟ ମହାପାତ୍ର, ପଲମୋନାରୀ ମେଡିସିନ୍‍ ଡା ଦେବାଶିଷ ବେହେରାଙ୍କ ମିଳିତ ଉଦ୍ୟମ ଯୋଗୁଁ ଏହି ଚିକିତ୍ସା ସଫଳ ହୋଇପାରିଛି । ଡାକ୍ତରୀ ଦଳ ଭି ଭି ଇକ୍‍ମୋ ପ୍ରକ୍ରିୟାରେ ଶ୍ୱାସକ୍ରିୟାକୁ ସ୍ୱାଭାବିକ କରିବାରେ ସଫଳ ହୋଇଥିଲେ । ରୋଗୀ ଏବେ ସୁସ୍ଥ ଅଛନ୍ତି ।

Comments are closed, but trackbacks and pingbacks are open.