କିମ୍‍ସରେ ହୃଦରୋଗରେ ପୀଡ଼ିତ ଦୃଷ୍ଟିହୀନ ରୋଗୀଙ୍କ ବେଣ୍ଟାଲ ପ୍ରକ୍ରିୟାରେ ସଫଳ ଅସ୍ତ୍ରୋପଚାର

12

ଭୁବନେଶ୍ୱର: କିମସ ସିଟିଭିଏସ ବିଶେଷଜ୍ଞ ଡା ଅମିତ କୁମାର ଅଗ୍ରୱାଲଙ୍କ ନେତୃତ୍ୱରେ କାର୍ଡିଓ-ଥୋରାସିକ୍ ଏବଂ ଭାସ୍କୁଲାର ସର୍ଜରୀ (ସିଟିଭିଏସ) ବିଭାଗର ଡାକ୍ତରମାନେ ଏକ୍ୟୁଟ୍ ଆଓର୍ଟିକ ଡିସେକ୍ସନ ରୋଗରେ ପୀଡ଼ିତ ଥିବା ୬୪ ବର୍ଷୀୟ ଜଣେ ଦୃଷ୍ଟିହୀନ ରୋଗୀଙ୍କଠାରେ ଜଟିଳ ବେଣ୍ଟାଲ ପ୍ରକ୍ରିୟାରେ ସଫଳ ଅସ୍ତ୍ରୋପଚାର କରାଯାଇଛି ।

ଶରୀରର ସଂଯୋଜକ ଟିସୁକୁ ଦୁର୍ବଳ କରିଦେଉଥିବା  ବଂଶଗତ ରୋଗ ମାର୍ଫାନ୍ସ ସିଣ୍ଡ୍ରୋମରେ ପୀଡିତ ରୋଗୀ ଛାତି ଏବଂ ପିଠିରେ ଗମ୍ଭୀର ଯନ୍ତ୍ରଣା ଅନୁଭବ କରିବାରୁ ସେ କିମ୍‍ସରେ ପରାମର୍ଶ ପାଇଁ ଆସିଥିଲେ । ହୃଦ୍‍ରୋଗ ବିଭାଗ ମୁଖ୍ୟ ଡା. ଶୁଭାଶିଷ ମିଶ୍ର ଏବଂ ଡା ପ୍ରଦୀପଙ୍କୁ ନେଇ ଏକ ହୃଦରୋଗ ବିଶେଷଜ୍ଞଙ୍କ ଦଳ ତାଙ୍କର ପରୀକ୍ଷା ନିରୀକ୍ଷା କରିଥିଲେ । ପରେ ସିଟି ଆଞ୍ଜିଓଗ୍ରାଫିରୁ ଏହା ଟାଇପ୍ ଏ ଆକ୍ୟୁଟ୍ ଆଓର୍ଟିକ ଡିସେକ୍ସନ୍ ବୋଲି ଜଣାପଡ଼ିଥିଲା । ଏହା ଅତ୍ୟନ୍ତ ଜଟିଳ ଓ ଜୀବନ ପ୍ରତି ଅଧିକ ବିପଦ ସମ୍ଭାବନା ରହୁଥିବାରୁ ତୁରନ୍ତ ଅସ୍ତ୍ରୋପଚାର ଆବଶ୍ୟକ ହୋଇଥାଏ ।

କିମ୍‍ସର ହୃଦ୍‍ ଅସ୍ତ୍ରୋପଚାର ବିଭାଗର ଡା ଅମିତ ଅଗ୍ରୱାଲ ଏବଂ ଡା ସିକେଆର ମହାପାତ୍ର, ନିଶ୍ଚେତକ ବିଶେଷଜ୍ଞ ଡା ଅଶୋକ ବଡମାଳି ଏବଂ ଡା ଜ୍ଞାନ ମିଶ୍ରଙ୍କ ନେତୃତ୍ୱରେ ତାଙ୍କର ଜରୁରୀକାଳୀନ ବେଣ୍ଟାଲ ପ୍ରକ୍ରିୟାରେ ଅସ୍ତ୍ରୋପଚାର କରାଯାଇଥିଲା ।

ବେଣ୍ଟାଲ ପ୍ରକ୍ରିୟା ଏକ ଜଟିଳ ଓ ଚ୍ୟାଲେଞ୍ଜପୂର୍ଣ୍ଣ ଅସ୍ତ୍ରୋପଚାର ସତ୍ତ୍ୱେ ବିଶେଷଜ୍ଞମାନଙ୍କ ପ୍ରୟାସ ସଫଳ ହୋଇଥିଲା । ଅସ୍ତ୍ରୋପଚାର ପରେ କୃତଜ୍ଞତା ପ୍ରକାଶ କରି, ରୋଗୀଙ୍କ ପରିବାର କିମସ ଡାକ୍ତରୀ ଦଳକୁ ପ୍ରଶଂସା କରିଥିଲେ ।

Comments are closed, but trackbacks and pingbacks are open.