ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ସୁବ୍ରତ ବାଗଚୀ: ସୁପର ସ୍ପେଶାଲିଟି କ୍ୟାନ୍ସର ହସ୍ପିଟାଲର କାର୍ଯ୍ୟ ଅଗ୍ରଗତି ନେଇ କଲେ ଆଲୋଚନା

19

ରାଜ୍ୟରେ ପ୍ରତିଷ୍ଠା ହେବାକୁ ଥିବା ସୁପର ସ୍ପେଶାଲିଟି କ୍ୟାନ୍ସର ହସ୍ପିଟାଲର କାର୍ଯ୍ୟ ଅଗ୍ରଗତି ସମ୍ପର୍କରେ ଆଲୋଚନା କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ସୌଜନ୍ୟ ମୂଳକ ସାକ୍ଷାତକାର କରିଛନ୍ତି ସୁବ୍ରତ ବାଗଚି । ୭୫୦ ବେଡ଼ ବିଶିଷ୍ଟ ଶ୍ରୀ ଶଙ୍କର କ୍ୟାନ୍ସର ହସ୍ପିଟାଲ ନିର୍ମାଣ କରାଯିବ। ସୁବ୍ରତ ବାଗଚିଙ୍କ ସମେତ ଶ୍ରୀ ଶଙ୍କର କ୍ୟାନ୍ସର ହସ୍ପିଟାଲ ଫଉଣ୍ଡର ଡ଼. ଶ୍ରୀନାଥଙ୍କ ସହ ଆଲୋଚନା କରିଛନ୍ତି ମୁଖ୍ୟମନ୍ତ୍ରୀ। କୋଭିଡ ସତ୍ତ୍ୱେ କାମ ଚାଲିଛି। ଲୋକଙ୍କୁ ତାଲିମ ଦିଆଯାଉଛି। ୨୦୨୩ ରଥଯାତ୍ରା ସମୟରେ କ୍ୟାନ୍ସର ହସ୍ପିଟାଲରେ ରୋଗୀ ଦେଖିବା ଆରମ୍ଭ କରାଯିବାକୁ ଲକ୍ଷ୍ୟ ରଖାଯାଇଛି। କ୍ୟାନ୍ସରର ସମସ୍ତ ଅତ୍ୟାଧୁନିକ ଯନ୍ତ୍ରପାତି ଉକ୍ତ ହସ୍ପିଟାଲରେ ଉପଲବ୍ଧ ହେବ।

Comments are closed, but trackbacks and pingbacks are open.