ମମିତା ହତ୍ୟା ମାମଲା ତଦନ୍ତ ର ଷ୍ଟାଟସ ରିପୋର୍ଟ ଦାଖଲ କର : ହାଇକୋର୍ଟ

21

ମମିତା ମେହେର ହତ୍ୟା ଘଟଣାର ତଦନ୍ତର ଅଗ୍ରଗତି କଣ ? ଏହାର ଷ୍ଟାଟସ ରିପୋର୍ଟ ଦାଖଲ କରିବାକୁ ହାଇକୋର୍ଟ ନିର୍ଦେଶ ଦେଇଛନ୍ତି । ହାଇକୋର୍ଟ ରିପୋର୍ଟ ଦାଖଲ ପରେ ଆସନ୍ତା ୩ରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ । ନିରପେକ୍ଷ ତଦନ୍ତ ଦାବିରେ ହାଇକୋର୍ଟ ଯାଇଛନ୍ତି ମମିତାଙ୍କ ପରିବାର ।ସେପଟେ, ମାମଲାରେ ହାଇକୋର୍ଟରେ ଆଉ ଏକ ମିସ କେସ୍ ହୋଇଛି । ଭାରତ ବିକାଶ ପରିଷଦ ପକ୍ଷରୁ ଆବେଦନ କରାଯାଇଛି । ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ସନସାଇନ ସ୍କୁଲକୁ ଯାଉଥିଲେ ଓ ଅନୈତିକ କାର୍ଯ୍ୟରେ ସମ୍ପୃକ୍ତ ଥିଲେ ବୋଲି ମମିତାଙ୍କ ବାପା ପୂର୍ବରୁ ଅଭିଯୋଗ ଆଣିଥିଲେ ବୋଲି ଆବେଦନରେ ଦର୍ଶାଇଛନ୍ତି ଆବେଦନକାରୀ । ମମିତାଙ୍କ ମୋବାଇଲ ଓ ଲାପଟପରେ ସେସବୁର ତଥ୍ୟ ରହିଥିଲା । କିନ୍ତୁ ଏହି ସବୁ ସାମଗ୍ରୀକୁ ଆଜି ପର୍ଯ୍ୟନ୍ତ ରିକଭରୀ କରାଯାଇନାହିଁ ।
ସେହିପରି ଏ ପର୍ଯ୍ୟନ୍ତ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ କଲ ଡିଟେଲ୍ସର ଯାଂଚ କରାଯାଇ ନାହିଁ । ବରଂ ଅଭିଯୁକ୍ତଙ୍କୁ ଖସାଇବା ପାଇଁ ପୋଲିସ ଜାଣି ଶୁଣି ତଦନ୍ତକୁ ବାଟ ବଣା କରୁଛନ୍ତି । ତେଣୁ ଡିଆଇଜି ଓ ଏସପିଙ୍କ ବିରୋଧରେ ୧୨୦ ବି ଧାରା ଲାଗୁ କରିବାକୁ ନିବେଦନ କରିଛନ୍ତି ଅନ୍ୟପଟେ ଏସପି ଓ ମନ୍ତ୍ରୀ ଦିବ୍ୟଶଙ୍କରଙ୍କ ପଲିଗ୍ରାଫ ଟେଷ୍ଟ ପାଇଁ ନିର୍ଦ୍ଦେଶ ଦେବାପାଇଁ ହାଇକୋର୍ଟରେ ଆଉ ଏକ ମିସ କେସ୍ ଭାରତ ବିକାଶ ପରିଷଦ ପକ୍ଷରୁ ରୁଜୁ କରାଯାଇଛି ।

Leave A Reply

Your email address will not be published.