ସବ୍ଇନସ୍ପେକ୍ଟର କାର୍ତ୍ତିକ ଜେନା ନିଲମ୍ବିତ

123

ଭଦ୍ରକ: ଭଦ୍ରକ ଗ୍ରାମାଞ୍ଚଳ ଥାନା ଏସଆଇ କାର୍ତ୍ତିକ ଜେନାଙ୍କୁ ନିଳମ୍ବିତ କଲେ ଭଦ୍ରକ ଏସପି ମନୋଜ୍ ରାଉତ। ଏକ ଘରୋଇ ମାମଲା ଥାନାରେ ରୁଜୁ ହେବା ପରେ ତଦନ୍ତ କରିବାକୁ ଯାଇଥାନ୍ତେ ତଦନ୍ତକାରୀ ପୋଲିସ। କିନ୍ତୁ ନିଜେ ନଯାଇ ସରକାରୀ ବାଇକ୍ ଦେଇ ଜଣେ ମଧ୍ୟସ୍ଥି ଭାବେ ଜନୈକ ଯୁବକଙ୍କୁ ତଦନ୍ତ ପାଇଁ ପଠାଇଦେଲେ ପୋଲିସ ବାବୁ। ମଧ୍ୟସ୍ଥି ଜଣକ ମଧ୍ୟ ଗାଁକୁ ଯାଇ ଅଭିଯୋଗକାରିଣୀଙ୍କ ଘରେ ପହଞ୍ଚି ପଚରାଉଚରା କରିବା ପରେ କିଛି ଟଙ୍କା ମଧ୍ୟ ମାଗିଥିଲେ। ଏହାପରେ ସ୍ଥାନୀୟ ଲୋକେ ଯୁବକକୁ ସନ୍ଦେହ କରି ପୋଲିସର ପରିଚୟ ପତ୍ର ମାଗିବାରୁ ନିଜକୁ ଗୁଇନ୍ଦା ବିଭାଗ କର୍ମଚାରୀ ବୋଲି କହିଥିଲେ। ପରେ ଗ୍ରାମବାସୀ ଯୁବକଙ୍କୁ ଅଟକ ରଖି ପୋଲିସକୁ ଖବର ଦେବାରୁ ପୋଲିସ ପହଞ୍ଚି ଯୁବକ ଜଣକ ଅସଲି ପୋଲିସ ନୁହନ୍ତି ବୋଲି କହି ପୋଲିସ ଯୁବକକୁ ଥାନାକୁ ନେଇ ଅଟକ ରଖିଛି ପୋଲିସ।

Comments are closed, but trackbacks and pingbacks are open.