ଦୀପାଳି ହୋଟେଲ୍‌ରେ ଶୁଭଲକ୍ଷ୍ମୀଙ୍କ ମୃତ୍ୟୁ ମାମଲା : ହୋଟେଲକୁ ଡାକିଥିଲା କିଏ?

230

ଭୁବନେଶ୍ବର: କଟକରୋଡ୍‌ରେ ଥିବା ହୋଟେଲ୍‌ ଦୀପାଳିରୁ ଶୁଭଲକ୍ଷ୍ମୀ ସାହୁଙ୍କ ମୃତହେଦ ଜବତ ଘଟଣାର ୨୪ ଘଣ୍ଟା ପରେ ବି ମୃତ୍ୟୁ ପଛର କାରଣ ପଦାକୁ ଆସିପାରିନାହିଁ। ହେଲେ ପରିବାର ଲୋକ ଏହାକୁ ଏକ ସୁପରିକଳ୍ପିତ ହତ୍ୟା ବୋଲି ଅଭିଯୋଗ ଆଣିଛନ୍ତି। କିନ୍ତୁ ପାରିପାର୍ଶ୍ବିକ ପରିସ୍ଥିତି, ଶବ ବ୍ୟବଚ୍ଛେଦରୁ ଏହା ଏକ ଆତ୍ମହତ୍ୟା ବୋଲି ଜଣାପଡ଼ିଛି। ସେ କାହିଁକି ଆତ୍ମହତ୍ୟା କଲେ? ଆତ୍ମହତ୍ୟା ପଛରେ କାରଣ କ’ଣ? ରାଜଧାନୀରେ ଯୁକ୍ତ ୨ ପଢ଼ୁଥିବା ଛାତ୍ରୀ ହୋଟେଲକୁ କାହିଁକି ଯାଇଥିଲେ? କିଏ ତାଙ୍କୁ ସେଠାକୁ ଡାକିଥିଲା? ଏମିତି ଏକାଧିକ ପ୍ରଶ୍ନ ଏବେ ପୁଲିସ ପାଇଁ ବଡ଼ ଚ୍ୟାଲେଞ୍ଜ ସୃଷ୍ଟି କରିଛି। ସେହିପରି ପରିବାର ଲୋକଙ୍କ କଥା ମଧ୍ୟ ଅନେକ ସନ୍ଦେହ ବଢ଼ାଇଛି।

ମିଳିଥିବା ସୂଚନା ଅନୁସାରେ, ଶୁଭଲକ୍ଷ୍ମୀ କମଳା ନେହରୁ ସ୍ବୟଂଶାସିତ ମହିଳା ମହାବିଦ୍ୟାଳୟର +୨ କଳା ଛାତ୍ରୀ। ଆଶ୍ଚର୍ଯ୍ୟର କଥା ଯେ, ଗତ ବର୍ଷେ ହେବ ସେ ଏଠାରେ ରହି ପଢ଼ୁଥିଲେ ବି ହଷ୍ଟେଲ୍‌ରେ ରହୁଥିଲେ ନା କେଉଁଠି ଘର ଭଡ଼ାନେଇ ରହୁଥିଲେ ସେ ନେଇ ପରିବାର ଲୋକଙ୍କ ପାଖରେ ମଧ୍ୟ କୌଣସି ସୂଚନା ନାହିଁ। ହେଲେ ଗତ ୨ ତାରିଖ ଦିନ ଘରୁ ଭୁବନେଶ୍ବର ଆସିଥିଲେ। ଆଉ ୪ ତାରିଖ ଅପରାହ୍ନରେ ହୋଟେଲ୍‌ରେ ରହିଥିବା ରେଜିଷ୍ଟରରୁ ଜଣାପଡ଼ିଥିଲା। ତେବେ ୨ ତାରିଖରୁ ୪ ତାରିଖ ପର୍ଯ୍ୟନ୍ତ ଦୁଇ ଦିନ ଧରି ସେ କେଉଁଠି ରହିଥିଲେ? କାହା ସହ ମିଶିଥିଲେ? ସେଠାରେ କଣ ଘଟିଥିଲା? ପୁଲିସ ସମସ୍ତ ଦିଗକୁ ନେଇ ଖୋଳତାଡ଼ ଆରମ୍ଭ କରିଛି। ସେହିପରି ତାଙ୍କ ହ୍ବାଟ୍‌ସଆପ୍‌ ଠାରୁ ଆରମ୍ଭ କରି ସେ ବ୍ୟବହାର କରୁଥିବା ସମସ୍ତ ସୋସିଆଲ୍‌ ମିଡିଆ ମେସେଜ ଓ ପୋଷ୍ଟ୍ ଯାଞ୍ଚ କରାଯିବ ବୋଲି ପୁଲିସ କହିଛି। ସେଥିରେ କିଛି ସନ୍ଦେହଜନକ ପୋଷ୍ଟ ବା ମେସେଜ୍‌ ରହିଛି କି? ଏହାଛଡ଼ା ସିଡିଆର୍‌ ରିପୋର୍ଟ ମଧ୍ୟ ମଗାଯାଇଛି। ତାଙ୍କ ନମ୍ବରକୁ କେଉଁ କେଉଁ ନମ୍ବରରୁ କଲ୍‌ ଆସିଥିଲା? ସେ କେଉଁ କେଉଁ ନମ୍ବରକୁ କଲ୍‌ କରିଥିଲେ? ଶେଷ କଲ୍ କିଏ କରିଥିଲା? ପରିବାର ଲୋକଙ୍କ କହିବା ଅନୁସାରେ ସେମାନେ ଆର୍ଥିକ ସ୍ବଚ୍ଛଳ ନୁହଁନ୍ତି। ତେଣୁ ହୋଟେଲରେ କାହିଁକି ଟଙ୍କା ଖର୍ଚ୍ଚ କରି ରହୁଥିଲେ। ପରିବାର ଲୋକଙ୍କ ଏହି ବୟାନ ପରେ ହୋଟେଲକୁ ତାଙ୍କୁ କିଏ ଡକାଇଥିଲା ବୋଲି ଅନୁମାନ କରାଯାଉଛି। ଏପରିକି ବାର୍‌ରେ କାମ କରିଥିବା କଥା ମଧ୍ୟ କୁହାଯାଉଛି। ଏହି ସବୁ ଦିଗକୁ ଆଧାର କରି ପୁଲିସ ଘନିଷ୍ଠ ସାଙ୍ଗଙ୍କୁ ଚିହ୍ନଟ କରି ଜଣଙ୍କ ପରେ ଜଣଙ୍କୁ ଜେରା କରିବ ବୋଲି ଜଣାପଡ଼ିଛି। ସୋମବାର କଲେଜ ଖୋଲୁ ଥିବାରୁ ପୁଲିସ ସେଠାକୁ ଯାଇ ତାଙ୍କର ସାଙ୍ଗମାନଙ୍କୁ ଶୁଭଲକ୍ଷ୍ମୀଙ୍କ ସମ୍ପର୍କରେ ପଚରାଉଚରା କରିବ ବୋଲି ଜଣାପଡ଼ିଛି।

ଆଉ ଏକ ଦିଗ ମଧ୍ୟ ପଦାକୁ ଆସିଛି। ବାର୍‌ରେ କାମ କରୁଥିବା ଜଣେ ଯୁବକଙ୍କ ସହ ତାଙ୍କର ଘନିଷ୍ଠତା ଥିଲା। ଯିଏ କି ତାଙ୍କୁ ବାର୍‌ରେ କାମ କରିବାକୁ କହିଥିଲା। ଉଭୟ ଗୋଟିଏ ବାର୍‌ରେ କାମ କରୁଥିବା ବେଳେ କିଛିଦିନ ତଳେ ଯୁବକ ଜଣଙ୍କ ଅନ୍ୟ ଏକ ବାର୍‌ରେ କାମ ଆରମ୍ଭ କରିଥିଲେ। ଶୁଭଲକ୍ଷ୍ମୀଙ୍କୁ ମଧ୍ୟ ସେଠାକୁ ଯିବାକୁ କହିଥିଲେ। ହେଲେ ସେ ପୁରୁଣା ବାର୍‌ରେ କାମ କରିବାକୁ ନେଇ ଉଭୟଙ୍କ ମଧ୍ୟରେ ତୁ ତୁ ମେଁ ମେଁ ଲାଗି ରହିଥିଲା। ଯେଉଁଥିପାଇଁ ଶୁଭଲକ୍ଷ୍ମୀ ମାନସିକ ଚାପରେ ରହୁଥିଲେ ବୋଲି କୁହାଯାଉଛି। ତେବେ ସେ ଯୁବକ ଜଣଙ୍କ କିଏ? କେବେଠାରୁ ସେ ଶୁଭଲକ୍ଷ୍ମୀଙ୍କ ସମ୍ପର୍କରେ ଆସିଥିଲେ? ପୁଲିସ ଯୁବକଙ୍କୁ ଠାବ ପାଇଁ ଆଜି ବାର୍‌ରେ କିଛି କର୍ମଚାରୀଙ୍କ ସମେତ ୧୦ଜଣଙ୍କୁ ବିଭିନ୍ନ ଦିଗ ଉପରେ ଜେରା କରିଛି। ଅନ୍ୟପକ୍ଷରେ ଆଜି ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି। ପ୍ରକାଶ ଥାଉ କି, ଶୁଭଲକ୍ଷ୍ମୀ ଶୁକ୍ରବାର ଅପରାହ୍ନ ୩ଟା ୨୦ରେ ଦୀପାଳି ହୋଟେଲକୁ ଆସିଥିଲେ। ଅତିଥି ରେଜିଷ୍ଟରରେ ତାଙ୍କର ନାଁ ଥିବାବେଳେ ସେ ହୋଟେଲର ୨୦୫ ନମ୍ବର ରୁମରେ ରହୁଥିଲେ। ପରଦିନ ଅର୍ଥାତ ଶନିବାର ସକାଳୁ ସେ ରୁମରୁ ବାହାରି ନଥିଲେ। କବାଟ ବାଡ଼େଇବାରୁ ବି କୌଣସି ଉତ୍ତର ମିଳି ନଥିଲା। ତେଣୁ ଅପରାହ୍ନ ପ୍ରାୟ ୫ଟାରେ କବାଟକୁ ଜୋର୍‌ରେ ଠେଲିବାରୁ ଭିତରପଟୁ ଦିଆ ଯାଇଥିବା ହୁକ୍ ଭାଙ୍ଗି ଯାଇଥିଲା। ସେ ଝୁଲୁଥିବା ଦେଖି ହୋଟେଲ୍‌ କର୍ମଚାରୀ ପୁଲିସ ଜଣାଇଥିଲେ।

Comments are closed, but trackbacks and pingbacks are open.