ଶୁଭଲକ୍ଷ୍ମୀ ଆତ୍ମହତ୍ୟା ମାମଲା‌: ପଚରାଉଚରା ଶେଷ ,ତଦନ୍ତ ଜାରି !

293

ଭୁବନେଶ୍ୱର: ବାରଗାର୍ଲ ଶୁଭଲକ୍ଷ୍ମୀ ଆତ୍ମହତ୍ୟା ମାମଲା‌ରେ ପ୍ରତିକ୍ରିୟା ରଖିଛନ୍ତି ଭୁବନେଶ୍ୱର ଡିସିପି ପ୍ରତୀକ ସିଂହ। ସେ କହିଛନ୍ତି, ମାନସିକ ଚାପରେ ରହୁଥିଲେ ଶୁଭଲକ୍ଷ୍ମୀ। ମାନସିକ ଚାପର କାରଣକୁ ନେଇ ସବୁ ଦିଗକୁ ନେଇ ତଦନ୍ତ ହେଉଛି ।
ସିଡିଆର ରିପୋର୍ଟ ରୁ ସେମିତି କିଛି ତଥ୍ୟ ମିଳିନାହିଁ। ମୋବାଇଲରୁ ବି ମିଳିନି କିଛି ତଥ୍ୟ। ତଦନ୍ତ ବେଳେ କୌଣସି ଭାଇରଲ ଭିଡିଓ ପୁଲିସ ହାତରେ ଲାଗିନି ବା ଭାଇରଲ ହେଉଥିବା ଭିଡିଓର ସତ୍ୟତା ନାହିଁ। ସେ ଭିଡ଼ିଓ କାହାର ତାହା ବି ସ୍ପଷ୍ଟ ହୋଇ ପାରୁନି।
ସେ ଆହୁରି କହିଛନ୍ତି,ଦୀପାଲି ହୋଟେଲର ସିସିଟିଭି ଯାଞ୍ଚ କରାଯାଇଛି, ଶୁଭଲକ୍ଷ୍ମୀଙ୍କ ଯିବା ଆସିବା ସମୟରେ ସିସିଟିଭି, କେତେବେଳେ ଆସିଥିଲେ ଓ କେତେବେଳେ ଯାଇଥିଲେ ସବୁ ଦିଗକୁ ନେଇ ତଦନ୍ତ କରାଯାଇଛି। ସୋସିଆଲ ମିଡ଼ିଆର କୌଣସି ଆପ୍ଲିକେସନରେ କଥାବାର୍ତ୍ତା ହୋଇ ପାରିଥାନ୍ତି, ସେ ଦିଗରୁ ତଦନ୍ତ କରାଯାଉଛି। ଏହାଛଡ଼ା ପରିବାର ସହ ବନ୍ଧୁ, ବାରର କର୍ମଚାରୀଙ୍କୁ ପଚରାଉଚରା ଶେଷ ହୋଇଛି।

ସୂଚନାଯୋଗ୍ୟ, ଦୀପାଲି ବାରରେ ବାର ଡ୍ୟାନ୍ସର ଭାବେ କାମ କରୁଥିବା ଶୁଭଲକ୍ଷ୍ମୀ ମୃତ୍ୟୁ ଘଟଣାକୁ ନେଇ ଉଦବେଗ ପ୍ରକାଶ କରିଛନ୍ତି ରାଜ୍ୟ ମହିଳା କମିଶନ। ୧୫ ଦିନ ମଧ୍ୟରେ ଘଟଣାର ତଦନ୍ତ ରିପୋର୍ଟ ଦେବାକୁ କମିଶନରେଟ ପୁଲିସକୁ ରାଜ୍ୟ ମହିଳା କମିଶନ ଅଧ୍ୟକ୍ଷା ନିର୍ଦ୍ଦେଶ ଦେଇଛନ୍ତି। ସେପଟେ ଘଟଣାରେ ୧୫ ଜଣଙ୍କର ବୟାନ ରେକର୍ଡ ଶେଷ ହୋଇଛି। ଆତ୍ମହତ୍ୟା ପାଇଁ ପ୍ରବର୍ତ୍ତାଇବା ଦଫା ୩୦୬ ଖୁବଶୀଘ୍ର ଲାଗିପାରେ ବୋଲି ସୂଚନା ମିଳିଛି। ପୋଷ୍ଟମର୍ଟମ ରିପୋର୍ଟ ଓ ସିଡିଆର୍ ମୁତାବକ ତଦନ୍ତ ଚାଲିଛି। ନିଶା ସମ୍ପର୍କିତ ସୂଚନା ପାଇଁ ଭିସେରା ଟେଷ୍ଟ ପାଇଁ ପଠାଯାଇଛି।

Comments are closed, but trackbacks and pingbacks are open.