ସୁଭଦ୍ରା ଟଙ୍କା: ଆଜି ଅପରାହ୍ନରେ ବୈଠକ

73

ଭୁବନେଶ୍ୱର: ସୁଭଦ୍ରା ଟଙ୍କା ନେଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଏକ ବଡ଼ ସୂଚନା ଦେଇଛନ୍ତି । ଖୁବଶୀଘ୍ର ସୁଭଦ୍ରାର ପ୍ରଥମ କିସ୍ତି ତୃତୀୟ ଦଫା ଟଙ୍କା ମିଳିବ ବୋଲି ସେ କହିଛନ୍ତି । ଯେଉଁମାନେ ବାଦ ପଡ଼ିଛନ୍ତି ସେମାନଙ୍କ ପାଇଁ ଗାଇଡଲାଇନ ଆସିବ । ବାଦ ପଡ଼ିଥିବା ୨ ଲକ୍ଷ ୬୭ ହଜାର ମହିଳାଙ୍କ ପାଇଁ ମୋଡାଲିଟି ପ୍ରସ୍ତୁତ ହେବ ବୋଲି ଶ୍ରୀମତୀ ପରିଡ଼ା ସୂଚନା ଦେଇଛନ୍ତି । ଏପରିକି ଆଜି ଅପରାହ୍ନରେ ଏନେଇ ବୈଠକ ବସିବ । ଆଉ ଏନେଇ ଗାଇଡଲାଇନର ରୂପରେଖ ପ୍ରସ୍ତୁତ ହେବ ବୋଲି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ସୂଚନା ଦେଇଛନ୍ତି । 

Comments are closed, but trackbacks and pingbacks are open.