୮ରେ ମିଳିବ ସୁଭଦ୍ରା ଟଙ୍କା

46

ଭୁବନେଶ୍ୱର: ଆସନ୍ତା ୮ ତାରିଖରେ ମିଳିବ ସୁଭଦ୍ରା ଟଙ୍କା । ପ୍ରଥମ କିସ୍ତିର ୪ର୍ଥ ପର୍ଯ୍ୟାୟ ସୁଭଦ୍ରା ଟଙ୍କା ମିଳିବ। ରବିବାର ଏନେଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ସୂଚନା ଦେଇଛନ୍ତି । ଏଥର ଯାଜପୁରରେ ସୁଭଦ୍ରା ଟଙ୍କା ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ଏନେଇ ଶ୍ରୀମତୀ ପରିଡ଼ା କହିଛନ୍ତି ଯେ ହିତାଧିକାରୀମାନେ ଆସନ୍ତା ୩ ଓ ୪ ତାରିଖରେ ବ୍ୟାଙ୍କରେ ଏନପିସିଆଇ ଚେକ କରିପାରିବେ। ବ୍ୟାଙ୍କ ଯାଇ ଛୋଟଛୋଟ ସମସ୍ୟାର ସମାଧାନ ତୁରନ୍ତ କରନ୍ତୁ । ୪ର୍ଥ ପର୍ଯ୍ୟାୟରେ ୧କୋଟି ଟପିପାରେ ହିତାଧିକାରୀ ସଂଖ୍ୟା । ଫେବୃଆରୀରେ ଯଦି ବଞ୍ଚିତ ହୁଅନ୍ତି, ଯାଞ୍ଚ କରିବାର ମାସେ ସମୟ ରହିଛି । ମାର୍ଚ୍ଚ ୮ ସୁଦ୍ଧା ଯାଞ୍ଚ କରି ତଥ୍ୟ ଦାଖଲ କଲେ ଟଙ୍କା ପାଇପାରିବେ ।

Comments are closed, but trackbacks and pingbacks are open.