ନୂଆ ହିତାଧିକାରୀଙ୍କ ପାଇଁ ଖୋଲିଲା ସୁଭଦ୍ରା ପୋର୍ଟାଲ, ମାର୍ଚ୍ଚ ୮ରେ ମିଳିବ ୨ଟି କିସ୍ତିର ଟଙ୍କା

165

ଭୁବନେଶ୍ୱର : ବହୁ ଦିନରୁ ସ୍ଥଗିତ ଥିବା ସୁଭଦ୍ରା ପୋର୍ଟାଲ ଆଜିଠାରୁ  ପୁଣି ଖୋଲିବାକୁ ଯାଉଛି । ବୟସ କମ୍‌ ହୋଇଥିବା କାରଣରୁ ଗତଥର ଯେଉଁମାନେ ସୁଭଦ୍ରା ଯୋଜନାରେ ସାମିଲ ହୋଇପାରି ନଥିଲେ, ସେମାନେ ଆସନ୍ତାକାଲିଠାରୁ ଆବେଦନ କରିପାରିବେ । ୨୦୨୫ ମାର୍ଚ୍ଚ ୩୧ ତାରିଖ ସୁଦ୍ଧା ୨୧ ବର୍ଷ ବୟସ ହୋଇଥିବା ମହିଳାମାନେ ସରକାରଙ୍କ ଏହି ଯୋଜନାରେ ସାମିଲ ହେବା ପାଇଁ ଆବେଦନ କରିପାରିବେ ବୋଲି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ସୂଚନା ଦେଇଛନ୍ତି ।ଯେଉଁମାନଙ୍କୁ ୨୦ ପୂରି ୨୧ ବର୍ଷ ହୋଇଛି ସେମାନେ ଆବେଦନ କରିପାରିବେ । ନଭେମ୍ବର ୧ ତାରିଖ ସୁଦ୍ଧା ଯେଉଁମାନଙ୍କୁ ୨୧ ବର୍ଷ ପୂରଣ ହେଉଥିବ ସେହିମାନେ ଆବେଦନ କରିପାରିବେ । ଯେଉଁଠି ନିର୍ବାଚନ ଆଚରଣ ବିଧି ଲାଗୁ ହୋଇଛି ସେ ଅଂଚଳକୁ ଛାଡ଼ି ଅନ୍ୟ ସମସ୍ତେ ଆବେଦନ କରିପାରିବେ । ସେମାନେ ଆସନ୍ତା ମାର୍ଚ୍ଚ ୮, ଅନ୍ତର୍ଜାତୀୟ ମହିଳା ଦିବସରେ ସୁଭଦ୍ରା କିସ୍ତି ପାଇବେ । ସେହିଦିନ ଚତୁର୍ଥ ପର୍ଯ୍ୟାୟ କିସ୍ତି ମିଳିବା ସହିତ ନୂତନ ଆବେଦନକାରୀଙ୍କୁ ମଧ୍ୟ କିସ୍ତି ବଣ୍ଟନ କରାଯିବ । ପୂର୍ବରୁ ମାର୍ଚ୍ଚ ୩୧ରେ ପ୍ରଥମ ପର୍ଯ୍ୟାୟ ସୁଭଦ୍ରା ଆବେଦନକୁ ବନ୍ଦ କରାଯାଇଥିଲା । ସେବେଠାରୁ ପୋର୍ଟାଲ ସମ୍ପୂର୍ଣ୍ଣ ବନ୍ଦ ହୋଇଥିଲା । ଫଳରେ ମାର୍ଚ୍ଚ ୩୧ ପରେ ଯେଉଁମାନଙ୍କୁ ୨୧ ବର୍ଷ ହୋଇଯାଇଥିଲା ସେମାନେ ଆଉ ଆବେଦନ କରିପାରିନଥିଲେ । ଏହା ସହିତ ଯେଉଁମାନେ ରାଜ୍ୟ ବାହାରେ ରହିଯାଇଥିଲେ କିମ୍ବା ଯେଉଁମାନେ କୌଣସି କାରଣବଶତଃ ଆବେଦନ କରିପାରିନଥିଲେ, ସେମାନେ ପୁଣି ଥରେ ଆବେଦନ କରିପାରିବାର ସୁଯୋଗ ପାଇବେ । ଆଜି ସୁଭଦ୍ରା ପୋର୍ଟାଲକୁ ପୁଣି ଥରେ ଉନ୍ମୋଚିତ ହୋଇଛି । ଆସନ୍ତାକାଲିଠୁ ଦ୍ୱିତୀୟ ପର୍ଯ୍ୟାୟ ଆବେଦନ ପ୍ରକ୍ରିୟା ଆରମ୍ଭ ହେବ । ପ୍ରଥମ ପର୍ଯ୍ୟାୟରେ ପ୍ରାୟ କୋଟିଏ ୯୦ ଲକ୍ଷ ଆବେଦନକାରୀ ସୁଭଦ୍ରାର ତିନୋଟି କିସ୍ତି ପାଇ ସାରିଛନ୍ତି ।

Comments are closed, but trackbacks and pingbacks are open.