ସୁଭଦ୍ରା ନେଇ ଆସିଲା ନୂଆ ଖବର

105

ଭୁବନେଶ୍ୱର: ସଭୁଦ୍ରା ଯୋଜନାରୁ ବାଦ ପଡ଼ିଥିବା ୨.୬୭ ଲକ୍ଷ ହିତାଧିକାରୀଙ୍କ ଯାଞ୍ଚ  ଶେଷ ହୋଇଛି । ଯାଞ୍ଚ ପରେ ଆସନ୍ତାକାଲି ୨୨ ପ୍ରତିଶତ ଆବେଦନକାରୀଙ୍କୁ ଟଙ୍କା ମିଳିବ । ଏନେଇ ଶନିବାର ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ସୂଚନା ଦେଇଛନ୍ତି ।  ସେ କହିଛନ୍ତି ଯେ ବାକି ଆବେଦନକାରୀ ଜମି ଯୋଗ୍ୟତା ପାଇଁ ବାଦ ପଡ଼ିଛନ୍ତି । ବ୍ଲକସ୍ତରକୁ ରିପୋର୍ଟ ଯାଇଛି । ସେମାନଙ୍କର ଯାଞ୍ଚ କରି ସାମିଲ କରାଯିବ । ୫ ଲକ୍ଷ ମିସମ୍ୟାଚ ଆବେଦନର ସମାଧାନ ହୋଇନାହିଁ । ସେମାନେ ଏଥର ସାମିଲ ହେବେ ନାହିଁ । ଆଧାର, ଆକାଉଣ୍ଟ ଓ ମୋବାଇଲ ନମ୍ବର ସଂଯୋଗ ପରେ ସାମିଲ ହେବେ ।  ସମାଧାନ ପରେ ସେମାନଙ୍କୁ ଡିସେମ୍ବର ମାସରେ ମିଳିବ । ସରକାରୀ କର୍ମଚାରୀ ସଚେତନ କରିବାକୁ ଘରକୁ ଘର ଯିବେ ବୋଲି ଶ୍ରୀମତୀ ପରିଡ଼ା କହିଛନ୍ତି । ନଭେମ୍ବର ୨୧ରେ ଉପମୁଖ୍ୟମନ୍ତ୍ରୀ କହିଥିଲେ , ତୃତୀୟ ପର୍ୟ୍ୟାୟରେ ସାମିଲ ହେବେ ସମସ୍ତ ଅଙ୍ଗନବାଡି କର୍ମୀ। ୨୪ ତାରିଖରେ ୨୦ ଲକ୍ଷ ମହିଳାଙ୍କୁ ସୁଭଦ୍ରା ଟଙ୍କା ମିଳିବ। ୨୪ ତାରିଖ ସୁଦ୍ଧା ସୁଭଦ୍ରା ହିତାଧିକାରୀଙ୍କ ସଂଖ୍ୟା ୮୦ ଲକ୍ଷ ଟପିବ। ବାଦ ପଡିଥିବା ୨ ଲକ୍ଷ ୬୭ ହଜାର ଆବେଦନର ସମୀକ୍ଷା ହେବ। ୫ ଲକ୍ଷ ଆବେଦନକାରୀଙ୍କୁ ସିଙ୍ଗିଲ ଆକାଉଣ୍ଟ ଦେବାକୁ ଅପିଲ୍‌ କରୁଛି। ଗୋଟିଏ ନମ୍ବରରେ ଏକାଧିକ ଆକାଉଣ୍ଟ ଥିବାରୁ ଟିକେ ସମସ୍ୟା ହେଉଛି। ବଳକା ହିତାଧିକାରୀ ଜାନୁଆରୀ ଓ ଫେବୃଆରୀରେ ଟଙ୍କା ପାଇବେ। ଜାନୁଆରୀ, ଫେବୃଆରୀର ଆବେଦନକାରୀ ଏକାଥରେ ୨ଟି କିସ୍ତି ଟଙ୍କା ପାଇବେ । ଏଯାବତ୍‌ ୧ କୋଟି ୧୬ ଲକ୍ଷ ମହିଳା ସୁଭଦ୍ରା ଯୋଜନା ଆବେଦନ କରିଛନ୍ତି ବୋଲି ଉପମୁଖ୍ୟମନ୍ତ୍ରୀ କହିଥିଲେ।

Comments are closed, but trackbacks and pingbacks are open.