ଭୁବନେଶ୍ୱର: ଦଳୀୟ ହ୍ୱିପ୍ ବିରୋଧରେ ଯାଇ ସ୍ୱାଧୀନ ପ୍ରାର୍ଥୀକୁ ଭୋଟ ଦେଇଥିବା ବିଧାୟିକା ସୁବାସିନୀ ଜେନାଙ୍କ ବାସଭବନ ସମ୍ମୁଖରେ ଆଜି ବିଜେଡ଼ି କର୍ମକର୍ତ୍ତାମାନେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଯାହା ଫଳରେ ସୁବାସିନୀ ବିଧାନସଭା ଯାଇପାରିନଥିଲେ । ଦ୍ୱିତୀୟାର୍ଦ୍ଧରେ ବିଧାନସଭା ଯାଇ ଗୃହ କାର୍ଯ୍ୟରେ ଯୋଗ ଦେଇଥିଲେ । ଏହା ପରେ ସୁବାସିନୀ ଜେନା ନିଜ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି ମୁଁ ଆମ ଦଳର ନେତା ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ଭୋଟ ଦେଇଛି। ମୁଁ ଗୋଟିଏ ଭୋଟ ସଂତୃପ୍ତ ମିଶ୍ରଙ୍କୁ ଓ ଦ୍ବିତୀୟ ଭୋଟଟି ଦିଲ୍ଲୀପ ରାୟଙ୍କୁ ଦେଇଛି। ଦିଲ୍ ରାୟଙ୍କୁ ଏଥିପାଇଁ ଦେଲି ଯେହେତୁ ମୋ ନିର୍ବାଚନ ମଣ୍ଡଳୀ ବସ୍ତାରେ କଂଗ୍ରେସ ସହିତ ମୋର ଲଢେଇ ହେଉଛି। ସେଥିପାଇଁ ମୋ ବିବେକ ଅନୁଯାୟୀ ଭୋଟ ଦେଇଛି।
ସୂଚନାଯୋଗ୍ୟ ଯେ ରାଜ୍ୟସଭା ନିର୍ବାଚନ ପୂର୍ବରୁ ସୁବାସିନୀଙ୍କ ସ୍ବାମୀ ରବୀନ୍ଦ୍ର ଜେନା ବିଜେଡି ଛାଡି ବିଜେପିରେ ଯୋଗ ଦେଇଥିଲେ। ଫଳରେ ସୁବାସିନୀ ନିର୍ବାଚନରେ କାହାକୁ ଭୋଟ ଦେବେ ତାହାକୁ ନେଇ କଳ୍ପନାଜଳ୍ପନା ସୃଷ୍ଟି ହୋଇଥିଲା। କିନ୍ତୁ ଦଳୀୟ ପ୍ରାର୍ଥୀଙ୍କୁ ଭୋଟ ଦେବେ ବୋଲି ସୁବାସିନୀ କହିଥିଲେ। ଏପରିକି ନବୀନ ନିବାସରେ ଅନୁଷ୍ଠିତ ବୈଠକରେ ଯୋଗ ଦେଉଥିଲେ। କିନ୍ତୁ ଭୋଟ ଦିନ ସେ ଦଳ ବିରୋଧରେ ଯାଇ କ୍ରସ୍ ଭୋଟିଂ କରି ଦିଲ୍ଲୀପ ରାୟକୁ ଭୋଟ ଦେଇଥିଲେ। ଏ ନେଇ ଦଳ ପକ୍ଷରୁ ତାଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଛି। ଆସନ୍ତା ୨୦ ତାରିଖ ସୁଦ୍ଧା ନୋଟିସର ଜବାବ ରଖିବାକୁ କୁହାଯାଇଛି।
Next Post
Comments are closed, but trackbacks and pingbacks are open.