ଭୁବନେଶ୍ୱର: ଆଜିଠାରୁ ଆରମ୍ଭ ହୋଇଛି ବିଧାନସଭା ବଜେଟ ଅଧିବେଶନର ଦ୍ବିତୀୟ ପର୍ଯ୍ୟାୟ । ଗୃହରେ ସ୍ଵାଭାବିକ ଭାବେ ପ୍ରଶ୍ନକାଳ ଜାରି ରହିଛି। ବିଭାଗୀୟ ମନ୍ତ୍ରୀ ବିଧାୟକଙ୍କ ପ୍ରଶ୍ନର ଉତ୍ତର ରଖୁଛନ୍ତି। ପ୍ରଶ୍ନକାଳ ମଧ୍ୟରେ ସବ୍-ଟ୍ରେଜରୀକୁ ନେଇ କିଛି ଉତ୍ତର ରଖିଛନ୍ତି ଆଇନ ମନ୍ତ୍ରୀ। ମନ୍ତ୍ରୀ କହିଛନ୍ତି ରାଜ୍ୟରେ ଆଉ ଖୋଲିବ ନାହିଁ ନୂଆ ସବ୍-ଟ୍ରେଜରୀ। ବିଧାନସଭାରେ ମୁଖ୍ୟମନ୍ତ୍ରୀଙ୍କ ପକ୍ଷରୁ ଉତ୍ତର ରଖିଲେ ଆଇନ ମନ୍ତ୍ରୀ। ମନ୍ତ୍ରୀ କହିଛନ୍ତି, ‘ଏବେ ସବୁ ଟ୍ରେଜରୀ କାମ ଅନ୍ଲାଇନ ମାଧ୍ୟମରେ ହେଉଛି। ପେନସନ୍ରୁ ଆରମ୍ଭ କରି ଚାଲାଣ ଓ ବିଲ୍ ଅନ୍ଲାଇନରେ ହେଉଛି। ଇ-ଭାଉଚର୍ରେ ସବୁ ହେଉଥିବାରୁ ଆଉ ସବ୍-ଟ୍ରେଜରୀ ଖୋଲିବ ନାହିଁ। ବର୍ତ୍ତମାନ ରାଜ୍ୟରେ ୧୬୯ଟି ଟ୍ରେଜରି ରହିଛି।’
ଖବର ଅନୁସାରେ ଏପ୍ରିଲ୍ ୮ ତାରିଖ ପର୍ଯ୍ୟନ୍ତ ଦ୍ବିତୀୟ ପର୍ଯ୍ୟାୟ ଅଧିବେଶନ ଚାଲିବ। ପ୍ରଥମ ପର୍ଯ୍ୟାୟ ଅଧିବେଶନରେ ଆର୍ଥିକ ବର୍ଷ ୨୦୨୬-୨୭ ଲାଗି ଅର୍ଥ ବିଭାଗ ଦାୟିତ୍ବରେ ଥିବା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ୩.୧୦ଲକ୍ଷ କୋଟି ଟଙ୍କାର ବଜେଟ ଉପସ୍ଥାପନ କରିଥିଲେ। ଦ୍ବିତୀୟ ପର୍ଯ୍ୟାୟରେ ବିଭାଗୱାରୀ ଖର୍ଚ୍ଚଦାବି ଉପରେ ଆଲୋଚନା ହେବା ସହ ମାର୍ଚ୍ଚ ୩୧ରେ ରାଜ୍ୟ ସରକାର ବ୍ୟୟମଞ୍ଜୁରୀ ବିଲ୍ ପାରିତ କରାଇବେ।
Prev Post
Comments are closed, but trackbacks and pingbacks are open.