ସ୍ୱାଧୀନତା ଦିବସ ଉତ୍ସବରେ ସାମିଲ ହେବେ ଛାତ୍ର ଛାତ୍ରୀ

27

ଶିକ୍ଷାନୁଷ୍ଠାନ ରେ ପାଳନ କରାଯାଉଥିବା ସ୍ୱାଧୀନତା ଦିବସ ଉତ୍ସବରେ ସାମିଲ ହେବେ ଛାତ୍ର ଛାତ୍ରୀ I ଗଣଶିକ୍ଷା ମନ୍ତ୍ରୀ ସମୀର ଦାସଙ୍କ ସୂଚନା ଅନୁଯାୟୀ, ଚଳିତ ବର୍ଷ ସ୍ୱାଧୀନତା ଦିବସ ଅବସରରେ ଶିକ୍ଷାନୁଷ୍ଠାନରେ ହେବାକୁ ଥିବା ଉତ୍ସବରେ ସାମିଲ ହେବେ ଛାତ୍ରଛାତ୍ରୀ। ଗତ କାଲି ପର୍ଯ୍ୟନ୍ତ ବିନା ଛାତ୍ର ଛାତ୍ରୀ ରେ ସ୍କୁଲରେ ସ୍ୱାଧୀନତା ଦିବସ ପାଳନ ହେବ ବୋଲି କହୁଥିବା ଗଣଶିକ୍ଷା ବିଭାଗ କିନ୍ତୁ ଆଜି ନିଷ୍ପତି ବଦଳାଇଛନ୍ତି I ଏଥର ଦେଶ ‘ଆଜାଦି କା ଅମୃତ ମହୋତ୍ସବ’ ପାଳନ କରୁଥିବା ଅବସର ରେ ୭୬ ତମ ସ୍ୱାଧୀନତା ଦିବସ ରାଜ୍ୟ ସରକାରଙ୍କ ନିଷ୍ପତ୍ତି ଅନୁସାରେ ପାଳିତ ହେବ I ମାତ୍ର ଏହି ସମୟରେ କୋଭିଡ ଗାଇଡଲାଇନ୍‌ କଡ଼ାକଡ଼ି ପାଳନ ହେବ। ବିଦ୍ୟାଳୟର ପ୍ରଧାନଶିକ୍ଷକ, ପ୍ରଧାନଶିକ୍ଷୟିତ୍ରୀ ଏହାର ତଦାରଖ କରିବେ। ଏହି ଘୋଷଣା ପରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ବେଶ୍‌ ଉତ୍ସାହ ଦେଖିବାକୁ ମିଳିଛି।

Comments are closed, but trackbacks and pingbacks are open.