ଭୁବନେଶ୍ଵର: ବାଲେଶ୍ବର ଏଫଏମ କଲେଜ ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ମାମଲାରେ ଜାତୀୟ ମହିଳା ଆୟୋଗ ନିଜଆଡୁ ମାମଲା ରୁଜୁ କରିଛନ୍ତି। ମହିଳା ଆୟୋଗର ଅଧ୍ୟକ୍ଷା ବିଜୟା ରତ୍ନାକର ଏହି ଘଟଣାକୁ ଦୃଢ ନିନ୍ଦା କରିବା ସହ ଓଡିଶା ପୁଲିସ ଡିଜିଙ୍କୁ ମାମଲାର ନିରପେକ୍ଷ ତଥା ତ୍ବରିତ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଦୋଷୀ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହିତ ପୀଡିତାଙ୍କୁ ଜରୁରୀ ଚିକିତ୍ସା ଓ ମାନସିକ ସହାୟକ ଯୋଗାଇ ଦେବାକୁ ମହିଳା ଆୟୋଗ ଅଧ୍ୟକ୍ଷା ନିର୍ଦ୍ଦେଶ ଦେଇଛନ୍ତି। ଏହି ମାମଲାରେ ଗ୍ରହଣ କରାଯାଇଥିବା କାର୍ଯ୍ୟାନୁଷ୍ଠାନ ସମ୍ପର୍କରେ ତିନି ଦିନ ମଧ୍ୟରେ ରିପୋର୍ଟ ଦାଖଲ କରିବାକୁ ଆୟୋଗ ନିର୍ଦ୍ଦେଶ ଦେଇଛନ୍ତି।
Comments are closed, but trackbacks and pingbacks are open.