ଭୁବନେଶ୍ୱର: ୮ଦଫା ଦାବି ନେଇ ଆଜି ସକାଳ୮ ଟା ଠାରୁ ରାଜ୍ୟର ବିଭିନ୍ୟ ସ୍ଥାନରେ ଥିବା ସାତୋଟି ସରକାରୀ ଆୟୁଷ ମହାବିଦ୍ୟାଳୟ ର ଛାତ୍ର ଛାତ୍ରୀ କଲେଜ ଓ କାର୍ଯ୍ୟାଳୟ କୁ ବନ୍ଦ କରି ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଧାରଣା ରେ ବସିଛନ୍ତି। ପୁରୀସ୍ଥିତ ଗୋପବନ୍ଧୁ ଆୟୁବେଦ ମହାବିଦ୍ୟାଳୟ,ଗଂଜାମ ଜିଲ୍ଲାର ଅଙ୍କୁସପୁର ସ୍ଥିତ କବିରାଜ ଅନନ୍ତ ତ୍ରିପାଠୀ ଶର୍ମା ଆୟୁର୍ବେଦ ମହାବିଦ୍ୟାଳୟ ସମେତ କଲେଜଗୁଡିକରେ ଶତାଧିକ ଛାତ୍ରଛାତ୍ରୀ ଅନିର୍ଦ୍ଦିଷ୍ଟ କାଳ ପାଇଁ କଲେଜ ବନ୍ଦ ଡାକରା ଦେଇ ଧର୍ମଘଟକୁ ଓଲ୍ହାଇଛନ୍ତି। ଏଥିରେ ଆୟୁଷ ଶିକ୍ଷା ବ୍ୟବସ୍ଥା ସମ୍ପୁର୍ଣ୍ଣ ବାଧାପ୍ରାପ୍ତ ସହିତ କଲେଜ କାର୍ଯ୍ୟାଳୟ ଗୁଡିକ ପ୍ରଭାବିତ ହୋଇଛି। କଲେଜ ହସ୍ପିଟାଲରେ ହାଉସ ସର୍ଜନ ମାନେ କଳାବ୍ୟାଚ ପିନ୍ଧି ହସ୍ପିଟାଲରେ ସେବା ଦେଉଥିବା ବେଳେ ଏହି ଛାତ୍ର ଧର୍ମଘଟ କୁ ପୂର୍ଣ ସମର୍ଥନ ଦେଇଛନ୍ତି।ସେଇଭଳି ଆୟୁଷ ପିଜି ଛାତ୍ରଛାତ୍ରୀ ସଂଘ,ଓଡ଼ିଶା ଆୟୁଷ ଡାକ୍ତର ସଂଘ, ଆୟୁର୍ବେଦ କଂଗ୍ରେସ ଆଦି ବହୁ ଆୟୁଷ ସଂଘ ଏହି ଛାତ୍ର ଆନ୍ଦୋଳନକୁ ପୂର୍ଣ ସମର୍ଥନ କରିଛନ୍ତି। ରାଜ୍ୟରେ ନୂତନ ଆୟୁଷ ମେଡ଼ିକାଲ ଅଧିକାରୀ ପଦବୀ ସୃଷ୍ଟି, ଆୟୁଷ ପିଜି ଓ ପିଏଚଡ଼ି ପାଠ୍ୟକ୍ରମ ସିଟ ବୃଦ୍ଧି, ହାଉସ ସର୍ଜନ ଙ୍କ ବାହୁଦିନ ର ଦାବୀ ଡାଇନାମିକ ଭତ୍ତା ବୃଦ୍ଧି, ସମସ୍ତ ଆୟୁଷ କଲେଜରେ ପରିଚାଳନା କମିଟିର ପୂର୍ଣ୍ଣ ଗଠନ, ଆୟୁଷ ପ୍ରଗତି ପାଇଁ ରାଜ୍ୟ ସ୍ଵାସ୍ଥ୍ୟ ନୀତି ରେ ଆୟୁଷ ଚିକିତ୍ସା ପାଇଁ ସ୍ୱତନ୍ତ୍ର ବଜେଟ,ସ୍ଵାସ୍ଥ୍ୟ ସୁବିଧା ଯୋଗାଇ ଦେବା ସହିତ ଜନସାଧାରଣ ଙ୍କୁ ଆୟୁଷ ସ୍ୱାସ୍ଥ୍ୟ ପାଇଁ ସଚେତନତା ଅଭିଯାନ ସୃଷ୍ଟି ଓ ସ୍ୱତନ୍ତ୍ର ସ୍ୱତନ୍ତ୍ର ଆୟୁଷ ବିଭାଗ ପ୍ରତିଷ୍ଠା ଆଦି ୮ ଦଫା ଦାବି ନେଇ ଦୀର୍ଘ ବର୍ଷ ଧରି ରାଜ୍ୟ ଆୟୁଷ ଛାତ୍ର ସଂସଦ ଓ ଆୟୁଷ ର ବିଭିନ୍ନ ରାଜ୍ୟ ସ୍ତରୀୟ ସଂଗଠନ ଦାବୀକରି ସରକାର ଙ୍କ ସହିତ ଆଲୋଚନା କରି ଆସୁଛନ୍ତି।
Comments are closed, but trackbacks and pingbacks are open.