କାଠଯୋଡିରେ ବୁଡ଼ି ଛାତ୍ର ଙ୍କ ମୃତ୍ୟୁ

23

କଟକ ଜିଲ୍ଲା ନରାଜ ନିକଟ କାଠଯୋଡିରେ ଅଘଟଣ । ଗାଧୋଉଥିବା ସମୟରେ ବୁଡ଼ିଯାଇ ଛାତ୍ର ଙ୍କ ମୃତ୍ୟୁ I ମୃତ ଛାତ୍ରଙ୍କ ନାଁ ଦୀପେଶ ପଟ୍ଟନାୟକ।
ଘଟନାନୁସାରେ ଗତକାଲି ସନ୍ଧ୍ୟାରେ ଗାଧୋଇବାକୁ ଆସିଥିବା ବେଳେ ୪ ଜଣ ଛାତ୍ର ପାଣିରେ ବୁଡି ଯାଇଥିଲେ । ତେବେ ସେମାନଙ୍କ ମଧ୍ୟରୁ ୩ ଜଣଙ୍କୁ ଉଦ୍ଦାର କରାଯାଇଥିବା ବେଳେ ଜଣେ ପ୍ରାଣ ହରାଇଛନ୍ତି । ତେବେ ଘଟଣାସ୍ଥଳ ରେ ତୁରନ୍ତ ଏନଡିଆରଏଫ ଟିମ୍, ଫେଜ ଟୁ ଥାନା ପୁଲିସ ଓ ସିଡିଏ ଅଗ୍ନିଶମ ବିଭାଗ କର୍ମଚାରୀ ପହଞ୍ଚି ଦିପେଶଙ୍କ ତିନି ଜଣ ସାଙ୍ଗକୁ ଉଦ୍ଧାର କରିଥିଲେ। ହେଲେ ଦିପେଶ ଙ୍କ ପତ୍ତା ମିଳି ନଥିଲା । ବହୁତ ଖୋଜାଖୋଜି କରିବା ପରେ ଦିପେଶଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇଥିଲା। ପରେ ତାଙ୍କୁ କଟକ ବଡ଼ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିବା ଡାକ୍ତରଖାନା ସୂତ୍ରରୁ ପ୍ରକାଶ I
ମୃତ ଛାତ୍ରଙ୍କ ଘର ତାଙ୍କ ଘର ରାଉରକେଲାରେ ଏବଂ ସେ କଟକ ସିଡିଏସ୍ଥିତ ଏକ ଘରୋଇ କଲେଜରେ ପାଠ ପଢୁଥିଲେ। ଦୁର୍ଘଟଣା ସମ୍ପର୍କରେ ପୋଲିସ ପକ୍ଷରୁ ଦୀପେଶ ପରିବାର ଲୋକଙ୍କୁ ଖବର ଦିଆ ଯାଇଛି I

Comments are closed, but trackbacks and pingbacks are open.