ମୁକୁଳା ଡ୍ରେନ ରେ ଛାତ୍ରଙ୍କ ମୃତ୍ୟୁ :ମାନବାଧିକାର ଆୟୋଗ ରେ ମାମଲା

26

ଗତ ରବିବାର ଦିନ ଭୁବନେଶ୍ୱର ସ୍ଥିତ ଶତାବ୍ଦୀ ନଗର ଅଂଚଳରେ ଜଣେ ୧୫ ବର୍ଷୀୟ ୧୦ମ ଶ୍ରେଣୀ ଛାତ୍ରଙ୍କ ମୃତ୍ୟୁ ହୋଇଛି I ଏହି ଘଟଣାର ଉପଯୁକ୍ତ ତଦନ୍ତ ଓ ପୀଡିତ ପରିବାର କୁ କ୍ଷତିପୂରଣ ଦିଆଯିବାକୁ ଦାବି ହେଉଛି I ଏ ନେଇ ଭାରତୀୟ ବିକାଶ ପରିଷଦ ଜଗତସିଙ୍ଗପୁର ଜିଲ୍ଲା ସଭାପତି ସୁବ୍ରତ କୁମାର ଦଶ ଙ୍କ ପକ୍ଷରୁ ମାନବାଧିକାର ଆୟୋଗ ଙ୍କ ଠାରେ ଆବେଦନ ପତ୍ର ଦାଖଲ ହୋଇଛି I ଏଥିରେ ଦର୍ଶାଯାଇଛି ଯେ ରାଜଧାନୀ ରେ ଏପରି ଘଟଣା ବାରମ୍ବାର ଘଟୁଥିଲେ ମଧ୍ୟ, ମୁକୁଳା ଡ୍ରେନ ର କୌଣସି ସ୍ଥାୟୀ ସମାଧାନ କରାଯାଉନାହିଁ I ବିଗତ ୫ ବର୍ଷ ମଧ୍ୟରେ ୬ ଜଣ ଶିଶୁ ଙ୍କ ମୃତ୍ୟୁ ଘଟିଲାଣି I କିନ୍ତୁ ରାଜ୍ୟ ସରକାର କିମ୍ବା ବିଏମସି କୌଣସି ପଦକ୍ଷେପ ଗ୍ରହଣ କରୁନାହାନ୍ତି Iଏ ବିଷୟ ରେ ସଠିକ ତଦନ୍ତ ହେଉ ଏବଂ ଦାୟୀ ଆଧିକାରୀଙ୍କୁ ଉପଯୁକ୍ତ ଦଣ୍ଡବିଧାନ କରାଯାଉ, ଏଥି ସହିତ ପୀଡିତ ପରିବାର କୁ ୫୦ ଲକ୍ଷ୍ୟ ଟଙ୍କାର କ୍ଷତିପୂରଣ ପ୍ରଦାନ କରାଯାଉ ବୋଲି କମିଶନ ଙ୍କ ନିକଟ ରେ ପ୍ରାର୍ଥନା କରାଯାଇଛି I

Leave A Reply

Your email address will not be published.