STUDENT CONG.DEMONSTRATION

60

ଓଡ଼ିଶା ଷ୍ଟାଫ ସିଲେକ୍ସନ କମିଶନ ସଦସ୍ୟଙ୍କ ପିଏସ ବିରଞ୍ଚି ସାହୁଙ୍କ ପଛରେ କିଏ ? ଆଜି ଛାତ୍ର କଂଗ୍ରେସ ପକ୍ଷରୁ OSSC ଅଫିସ ଘେରାଉ ବେଳେ ଏମିତି କିଛି କହିଛନ୍ତି ଅନ୍ଦୋଳନକାରୀ ଛାତ୍ରନେତା। ନିଯୁକ୍ତିରେ ଦୁର୍ନୀତି ଗନ୍ଧ ବାରି ହେବା ପରେ ଏବେ ସାରା ମହଲରୁ ତୀବ୍ର ବିରୋଧ କରାଯାଇଛି । ଏହାର ପ୍ରତିବାଦରେ ରାଜରାସ୍ତାକୁ ଓହ୍ଲାଇଛି କଂଗ୍ରେସ ।

ବିରଂଚି ସାହୁ କେଳେଙ୍କାରୀ ଘଟଣା ରେ ଛାତ୍ର କଂଗ୍ରେସ ଆଜି ଓଡ଼ିଶା ଷ୍ଟାଫ ସିଲେକ୍ସନ କମିସନଙ୍କ ଅଫିସ ଘେରାଉ କରିଛି । ଘଟଣାର ଉଚ୍ଚସ୍ତରୀୟ ତଦନ୍ତ କରାଯାଉ ବୋଲି ମଧ୍ୟ ଦାବି ହୋଇଛି । ନିଯୁକ୍ତି ଅନିୟମିତତାରେ ବହୁ ବଡ ବଡ ଲୋକ ସାମିଲ ଅଛନ୍ତି । ଏହାର ସତ୍ୟାସତ୍ୟ ବାହାରକୁ ଅଣାଯାଉ । ଏହାଦ୍ୱାରା ବହୁ ପିଲାଙ୍କ ଭବିଷ୍ୟତ ନଷ୍ଟ ହୋଇଛି । ଏଥିପାଇଁ ଦାୟୀ କିଏ ବୋଲି ପ୍ରଶ୍ନ ଉଠାଇଛି ଛାତ୍ର କଂଗ୍ରେସ ।

Leave A Reply

Your email address will not be published.