କୋଭିଡ ନିୟମ ନ ମାନିଲେ ନିଆଯିବ ଦୃଢ କାର୍ଯ୍ୟାନୁଷ୍ଠାନ : ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ

18

କଟକ-ଭୁବନେଶ୍ୱର ଦ୍ୱେତନଗଗରୀର ମଲ, ରେଷ୍ଟୁରାଣ୍ଟ, ବାର, କ୍ଲବ ପାଇଁ ପୁଲିସ କମିସନର କଡ଼ା ଚେତାଵନୀ ଦେଇଛନ୍ତି। ଏସଆରସିଙ୍କ ନିୟମ ଅନୁସାରେ ମାଲିକମାନେ କୋଭିଡ ନିୟମ ଠିକ୍ ଭାବରେ ପାଳନ କରିବାକୁ ସେ ପରାମର୍ଶ ଦେଇଛନ୍ତି। ପୋଲିସ କମିସନର ସୌମେନ୍ଦ୍ର ପ୍ରିୟଦର୍ଶୀ କହିଛନ୍ତି, ଗତକାଲିଠୁ ଚେକିଂକୁ ଜୋରଦାର କରାଯାଇଛି।

ଆଗାମୀ ୩ ଦିନ ପର୍ଯ୍ୟନ୍ତ ଜୋରଦାର ଚେକିଂ ଓ ବ୍ଳକିଙ୍ଗ କରାଯିବ। ନିୟମରେ ଖିଲାପ ହେଲେ ସମ୍ପୃକ୍ତ ଅନୁଷ୍ଠାନକୁ ସିଲ୍ କରାଯିବା ସହ ମୋଟା ଅଙ୍କର ଜରିମାନା ଆଦାୟ ହେବ। ଏମିତିକି ନିୟମ ଅନୁସାରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ।
ରାଜ୍ୟରେ ଓମିକ୍ରନ ସଂକ୍ରମଣ ବଢୁଥିବା ବେଳେ ଏବେ ଏହାର ମୁକାବିଲା ପାଇଁ ଅଣ୍ଟା ଭିଡିଛନ୍ତି ରାଜ୍ୟ ସରକାର । ଯେହେତୁ ନୂଆବର୍ଷ ରହିଛି ତେଣୁ ବିଭିନ୍ନ ସ୍ଥାନରେ ଭିଡ ଓ ଭୋଜିଭାତ ଆୟୋଜନର ଆଶଙ୍କା ରହିଛି । ତେଣୁ ଏହାକୁ ଏଡାଇବାକୁ ବିଭିନ୍ନ କଟକଣା ଲଗାଇଛନ୍ତି ସରକାର । ଯେପରିକି ସାମୁହିକ ଭୋଜି ଉପରେ କଟକଣା ଲାଗିଥିବା ବେଳେ ହୋଟେଲ ଓ ରେଷ୍ଟୁରାଣ୍ଟରେ ନୂଆବର୍ଷ ପାଳନ ଉପରେ ରୋକ ଲାଗିଛି । ଏପରିକି କୌଣସି ସ୍ଥାନରେ ଯେପରି ଭିଡ଼ ନହୁଏ ସେଥିପ୍ରତି ଦୃଷ୍ଟି ଦେବାକୁ ନିର୍ଦ୍ଦେଶ ଦିଆଯାଇଛି । କରୋନା ନିୟମର ଉଲ୍ଲଂଘନ ହେଉଥିଲେ କଡା କାର୍ଯ୍ୟାନୁଷ୍ଠାନ ନେବାକୁ କୁହାଯାଇଛି । ଯେଉଁଥିପାଇଁ ନୂଆବର୍ଷ ପୂର୍ବରୁ ଗତକାଲି ରାଜଧାନୀର ବିଭିନ୍ନ ସ୍ଥାନରେ ଯେଉଁଠି ଅଧିକ ମାତ୍ରାରେ ଗହଳି ହେଉଥିଲା ସେଠାରେ ପୋଲିସ ପହଞ୍ଚି ସିଲ୍ କରିଛି ।

Leave A Reply

Your email address will not be published.