କାଲିଚରନଙ୍କ ବିରୋଧରେ ହେବ କଠୋର କାର୍ଯ୍ୟାନୁଷ୍ଠାନ : ଭୁପେଶ ବାଘେଲ

17

ଜାତିର ପିତା ଗାନ୍ଧିଜୀ ଙ୍କୁ ନେଇ ଅପମାନ ଜନକ ମନ୍ତବ୍ୟ ଦେଇଥିବା ବାବା କାଳିଚରଣ ଙ୍କ ବିରୋଧରେ କଠୋର କଡଵାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୁପେଶ ବାଘେଲ କହିଛନ୍ତି I ଏକ ଘରୋଇ ଟିଭି ଚ୍ୟାନେଲ କୁ ନିଜର ଏକ ସାକ୍ଷାତ୍କାର ଦେଇ ଏ ବିଷୟରେ ଅନେକ ପ୍ରଶ୍ନର ଖୋଲାଖୋଲି ଉତ୍ତର ଦେଇଛନ୍ତି।
ଏହାସହିତ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୁପେଶ ବାଘେଲ କହିଛନ୍ତି, ‘ବିଜେପି କାଲିଚରନଙ୍କ ବିବୃତ୍ତିକୁ କେବେ ବି ନିନ୍ଦା କରିନାହିଁ ‘। କିନ୍ତୁ ଦଳ ଆଜି ତାଙ୍କ ଗିରଫଦାରୀ ଉପରେ ପ୍ରଶ୍ନ ଉଠାଉଛି। ତେବେ ଧର୍ମାସଭା ଚାଲୁଥିବା ସମୟରେ ଏହା କିପରି ଜଣା ପଡିଥାନ୍ତା ଯେ ମହାତ୍ମା ଗାନ୍ଧୀଙ୍କ ବିଷୟରେ କେହି କହିବେ ବୋଲି I ତେଣୁ ଯେତେବେଳେ ଆମେ ଜାଣିବାକୁ ପାଇଲୁ, ଆମେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଏହାକୁ ଦେଖାଇଲୁ I ସେ ଆହୁରି ମଧ୍ୟ କହିଛନ୍ତି ଯେ ଛତିଶଗଡ଼ରେ ପୂର୍ବତନ ବିଜେପି ସିଏମ ରମଣ ସିଂଙ୍କ ଦ୍ୱାରା ଏଭଳି କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲାଇ
ଭୁପେଶ ବାଘେଲ ଆହୁରି ମଧ୍ୟ କହିଛନ୍ତି,ଯେ ଆମେ ରାମକୃଷ୍ଣ ପରମହଂସ ଙ୍କର ହିନ୍ଦୁତ୍ୱର ପଥ ଅନୁସରଣ କରୁଛୁ। ଉଭୟ ବିଜେପି ଏବଂ ଆରଏସଏସ ହିଟଲର ଏବଂ ମୁସୋଲିନିଙ୍କ ଆଦର୍ଶକୁ ଅନୁସରଣ କରନ୍ତି। ଆରଏସଏସର ହାଫ ପ୍ୟାଣ୍ଟ ଏବଂ ପୋଷାକ ଏହାର ସାକ୍ଷୀ ହୋଇଛି I ବାସ୍ତବରେ ଏହି ଲୋକମାନେ ହିନ୍ଦୁ ଆମଦାନୀ କରନ୍ତି | ଅନ୍ୟପକ୍ଷରେ, ମାଲେଗାଓଁ ମାମଲା ବିଷୟରେ ପଚରାଯାଇଥିବା ପ୍ରଶ୍ନରେ ବାଗେଲ କହିଛନ୍ତି ଯେ ମୁଁ ଏହି ମାମଲା ବିଷୟରେ ଅଧିକ ଜାଣେ ନାହିଁ, ଯଦି ଆପଣ ସେହି ବ୍ୟକ୍ତିଙ୍କୁ ପ୍ରଶ୍ନ ପଚାରନ୍ତି ତେବେ ଭଲ ହେବ। ଏହା ବାଡ଼ ବାଘଏଲ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସିଧା ଆକ୍ଷେପ କରି କହିଛନ୍ତି କି ବନାରସ ରେ ହଜାର ହଜାର ଲୋକଙ୍କ ଘରଦ୍ୱାର ଭାଙ୍ଗି ଦେଇ ପ୍ରଧାନ ମନ୍ତ୍ରୀ ଅଯୋଧ୍ୟାରେ ରାମ ମନ୍ଦିର ତିଆରି କରିବା ନା ରେ ଲୁଟ ତରାଜ କରିଚାଲିଛନ୍ତି ଇ
ସୂଚନା ଅନୁସାରେ ଗତ ଶନିବାର ଦିନ ଛତିଶ ଗଡ଼ ରାଜ୍ୟ ରାୟପୁର ନିକଟ ରାବଣ ମାଥା ରେ ଆୟୋଜିତ ଏକ ହିନ୍ଦୁ ଧର୍ମାସଭାରେ କାଳିଚରଣ ଗାନ୍ଧିଜୀ ଙ୍କୁ ଜାତିର ପିତା ମାନେ ନାହିଁ ବୋଲି କହିବା ସହିତ ହତ୍ୟାରI ନାଥୁରମ ଗଡ୍ସେ କୁ ସମର୍ଥନ ଜଣାଇଥିଲା I

Leave A Reply

Your email address will not be published.