ବାରିପଦାରେ ସହରାଞ୍ଚଳ ବିକାଶ ପାଇଁ ରଣନୈତିକ ପ୍ରୟାସ

198

ଭୁବନେଶ୍ୱର, ୨୫ ଜୁଲାଇ:
ଉତ୍ତର ଓଡ଼ିଶାର ଏକ ମୁଖ୍ୟ ସହର ବାରିପଦାର ସମୟୋଚିତ ଓ ସ୍ଥାୟୀ ଉନ୍ନତିକୁ ନିଶ୍ଚିତ କରିବା ଲକ୍ଷ୍ୟରେ ଏକ ଉଚ୍ଚସ୍ତରୀୟ ବୈଠକ ଆଜି ଲୋକ ସେବା ଭବନରେ ଅନୁଷ୍ଠିତ ହୋଇଯାଇଛି। ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ମନ୍ତ୍ରୀ ଡ଼. କୃଷ୍ଣଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି I

ବୈଠକର ଆରମ୍ଭରେ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗର ପ୍ରମୁଖ ସଚିବ ଶ୍ରୀମତୀ ଉଷା ପାଢୀ ବାରିପଦା ସହର ବିକାଶ ପାଇଁ ଏହି ବୈଠକର ଗୁରୁତ୍ୱ ଓ ଉଦ୍ଦେଶ୍ୟ ଉପରେ ଆଲୋକ ପାତ କରିଥିଲେ। ସେ କହିଲେ, ଅନ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ଶହର ଭାବେ ବାରିପଦାକୁ ଗଠନମୂଳକ ଓ ସମନ୍ୱିତ ଉନ୍ନୟନ ମାଧ୍ୟମରେ ଗଢି ତୋଳିବାକୁ ପଡିବ।

ବୈଠକରେ ଏକ ଏକ ଯୁଗ୍ମ ଟେକ୍ନିକାଲ୍ କମିଟି ଗଠନ କରାଯିବା ପାଇଁ ନିଷ୍ପତ୍ତି ହୋଇଛି ଯାହା ବାରିପଦା ସହର ପାଇଁ ଏକ ସଂପୂର୍ଣ୍ଣ ମାଷ୍ଟର ପ୍ଲାନ୍ ପ୍ରସ୍ତୁତିରେ ସହାୟକ ହେବ। ଏହି କମିଟି ଭୂ-ଉପଯୋଗ, ଭୌଗୋଳିକ ତଥ୍ୟ, ବିଭିନ୍ନ ଢଞ୍ଜର ଅବସ୍ଥାପନା, ଏବଂ ସାଧାରଣ ଅଭିଳାଷା ସହ ରାଜ୍ୟ ଯୋଜନାର ସମନ୍ୱୟ କରି ଏକ ଭବିଷ୍ୟତ ନକ୍ସା ପ୍ରସ୍ତୁତ କରିବ।

ଏହି ବୈଠକରେ ପଞ୍ଚାୟତି ରାଜ ଓ ପାନୀୟ ଜଳ ବିଭାଗର କମିଶନର-କମ୍-ସଚିବ, ମୟୂରଭଞ୍ଜ ଜିଲ୍ଲାପାଳ, ଭାରତୀୟ ରେଳ , ଜାତୀୟ ରାଜପଥ, WATCO ଅଧିକାରୀଙ୍କ ସମେତ ନଗର ଯୋଜନା ବିଶେଷଜ୍ଞମାନେ ଓ ଅନ୍ୟାନ୍ୟ ବିଭାଗର ପଦସ୍ଥ ଅଧିକାରୀମାନେ ଉପସ୍ଥିତ ଥିଲେ।

Comments are closed, but trackbacks and pingbacks are open.