ଅଜବ ମଣିଷର ଗଜବ ସଉକ : ମଣିଷରୁ କୁକୁର ହେବାକୁ ଖର୍ଚ୍ଚ କଲେ ୧୧ ଲକ୍ଷ

22

ପାଖରେ ଅପର୍ଯ୍ୟାପ୍ତ ଅର୍ଥ ଥିଲେ ଦୁନିଆଁରେ ଲୋକଙ୍କର ଅଜବ ଅଜବ ସଉକ ଦଖିବାକୁ ମିଳେ । ନିଜକୁ ନିଜ ଇଚ୍ଛା ମୁତାବକ ବଦଳାଇବାକୁ ଚାହାଁନ୍ତି କିଛି ଲୋକ । ହେଲେ ମଣିଷ ନିଜକୁ କୁକୁର କରିବାକୁ ଚାହୁଁଥିବା କେବେ ଶୁଣିଛନ୍ତି ଏପରି ଘଟିଛି ଜାପାନରେ । ଶୁଣିବାକୁ ଅଡୁଆ ଲାଗୁଥିଲେ ବି ଏହି ଖବର ଏବେ ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହେବାରେ ଲାଗିଛି । ଏଠିକାର ଜଣେ ବ୍ୟକ୍ତି ନିଜକୁ କୁକରରେ ପରିଣତ କରିଛନ୍ତି ଆଉ ସେଥିପାଇଁ ଖର୍ଚ୍ଚ କରିଛନ୍ତି ୧୧ ଲକ୍ଷ ଟଙ୍କା ।

ତେବେ ଜାପାନର ଏହି ବ୍ୟକ୍ତି ଜଣକ କୁକରର ଜୀବନ ବଞ୍ଚିବାକୁ ଇଚ୍ଛା କରିଥିଲେ । ତେଣୁ ସେ ୧୧ ଲକ୍ଷ ଟଙ୍କା ଖର୍ଚ୍ଚ କରି କୁକୁରରେ ବଦଳିଛନ୍ତି । ଏହା ଶୁଣିବା ପରେ ଆପଣଙ୍କ ମନରେ ଅନେକ ପ୍ରକାର ପ୍ରଶ୍ନ ଆସିବା ସ୍ୱାଭାବିକ । ହେଲେ ତୋକୋ ନାମକ ଏହି ବ୍ୟକ୍ତିଙ୍କର ଭିଡିଓ ଜାପାନୀ ଟ୍ୱିଟର “ଅତରକ୍ଟ୍ରକ୍ଟ୍ରରଗ୍ଧ ଔଚ ଆଇଡିରେ ଦେଖିପାରିବେ । ତାଙ୍କ ରୂପ ଦେଖି ଅନେକ ଲୋକ ଅଶ୍ଚର୍ଯ୍ୟ ହୋଇଥିଲେ । ସେ କୁହନ୍ତି ଯେ, ସେ ପିଲା ଦିନରୁ ପଶୁମାନଙ୍କ ଜୀବନ ବଞ୍ଚିବାକୁ ଚାହୁଁଥିଲେ । ଏବଂ କୁକୁରଙ୍କ ପ୍ରତି ତାଙ୍କର ଅହେତୁକ ଭଲପାଇବା ଥିଲା । ତେଣୁ ସେ ନିଜର ରୂପ ବଦଳାଇବା ପାଇଁ ସ୍ୱତନ୍ତ୍ର ୱାର୍କସପ୍କୁ ଯାଇ ନିଜ ପାଇଁ ଏକ ଅଲ୍ଟ୍ରା ବାସ୍ତବ କୁକୁର ପୋଷାକ ତିଆରି କରିବାକୁ ବରାଦ ଦେଇଥିଲେ । ଏହାକୁ ପିନ୍ଧିବା ପରେ କୌଣସି ମଣିଷ ତାଙ୍କୁ ଚିହ୍ନିପାରିବା ମୁସ୍କିଲ । ସେ ପୁରାପୁରି ଏକ କୁକର ଭଳି ଦେଖାଯାଉଛନ୍ତି ।

ଏହି ପୋଷାକ ତିଆରି କରାଇବାକୁ ତାଙ୍କୁ ୨ ମିଲିଅନ୍ ୟେନ୍ ଯାହା ଭାରତୀୟ ମୁଦ୍ରାରେ ୧୧ ଲକ୍ଷ ୬୩ ହଜାର ଟଙ୍କା ଖର୍ଚ୍ଚ କରିବାକୁ ପଡିଥିଲା । ଏହି ପୋଷାକ ତିଆରି କରିବାକୁ କମ୍ପାନୀକୁ ୪୦ ଦିନ ସମୟ ଲଗିଥିଲା । ଏବଂ ଏଥିପାଇଁ ବେଶ ପରିଶ୍ରମ କରିବାକୁ ପଡିଥିଲା । ଏହି କୁକୁର ରୂପକୁ ଉପଭୋଗ କରୁଥିବା କହିଛନ୍ତି ତୋକୋ ।

Comments are closed, but trackbacks and pingbacks are open.