ଅଜବ କଟକଣା

24

ପ୍ରତ୍ୟେକ ଦେଶରେ ଲୋକଙ୍କ ପାଇଁ କିଛି ନା କିଛି ନିର୍ଦ୍ଦିଷ୍ଟ କଟକଣା ବ୍ୟବସ୍ଥା ଅଛି । ତେବେ କିଛି କଟକଣା ଏଭଳି ଅଛି, ଯାହାକୁ ସହଜରେ ବିଶ୍ୱାସ କରିବା ସମ୍ଭବ ନୁହେଁ । ସେଭଳି କେତେକ ଅଜବ କଟକଣା ସମ୍ପର୍କରେ… ।
ସ୍ୟାଣ୍ଡେଲ ପିନ୍ଧି ଗାଡ଼ି ଚଳାଇବା ମନା: ସ୍ପେନ୍‌ରେ ସ୍ୟାଣ୍ଡେଲ ତଥା ଫ୍ଲିପ୍‌ପ୍ଲପ୍ ପିନ୍ଧି ଗାଡ଼ି ଚଳାଇବା ମନା । ସେହିପରି ଜୋତା ପିନ୍ଧି ଗାଡ଼ି ଚଳାଇବାକୁ ହୋଇଥାଏ । ସ୍ୟାଣ୍ଡେଲ ପିନ୍ଧି ଗାଡ଼ି ଚଳାଇବା ସ୍ପେନ୍‌ରେ ବଡ଼ ଅପରାଧ ।


ପୁରୁଷଙ୍କୁ ମେକ୍‌ଅପ୍ ମନା: ସୁଦାନରେ ମହିଳାଙ୍କୁ ଟ୍ରାଉଜର ତଥା ପ୍ୟାଂଟ ପିନ୍ଧିବା ଉପରେ କଟକଣା ଅଛି । ତେବେ ପୁରୁଷଙ୍କୁ ମେକ୍‌ଅପ୍ ନେବାର ଅନୁମତି ନାହିଁ । ତା’ସହ ସେମାନେ ଅଶ୍ଳୀଳ କପଡ଼ା ନ ପିନ୍ଧିବାର ନିୟମ ଅଛି ।
ସର୍ଟସ ପିନ୍ଧିବା ଅପରାଧ: ଗଲଫ୍ ନେସନ୍ ଡ୍ରେସ୍ କୋଡ୍‌କୁ ନେଇ ଖୁବ୍ କଠୋର ନିୟମ ଲାଗୁ କରିଛି । ଏଠାରେ ସର୍ଟସ ଓ ଲେଙ୍ଗିଗଂସ ପିନ୍ଧିବା ଉପରେ କଟକଣା ଲଗାଯାଇଛି । ଯଦି ମହିଳାମାନେ ଏସବୁ ସର୍ବସାଧାରଣ ସ୍ଥାନରେ ପିନ୍ଧନ୍ତି, ତାହାକୁ ଅପରାଧ ବୋଲି ବିବେଚନା କରାଯାଏ ।


କାନଫୋଡ଼ିବାରେ କଟକଣା: ନର୍ଥ କୋରିଆରେ ସ୍କିନି ଜିନ୍ସ, ଲେଦର୍ କୋର୍ଟ ଉପରେ କଟକଣା ଥିବା ବେଳେ ଏଠାରେ କାନଫୋଡ଼ିବା ଉପରେ ବି ରୋକ୍ ଲାଗିଛି । ଏପରିକି ନାକ, କାନ, ଓଠ ଆଦି ଫୋଡାଫୋଡ଼ି କରିବାକୁ ବାରଣ କରାଯାଇଛି । ଏସବୁ ଡ୍ରେସ୍ କିମ୍ବା କେହି କାନଫୋଡିବା ନଜର ଆସିଲେ, ଜେଲ ଯିବାକୁ ହୋଇଥାଏ ।


ହାଇ ହିଲ୍ ମନା: ଗ୍ରୀକ୍‌ରେ ଐତିହାସିକ ସ୍ଥଳରେ ମହିଳାମାନଙ୍କୁ ହାଇହିଲ୍ ପିନ୍ଧିବା ନେଇ ଅନୁମତି ନାହିଁ । ଏହା ଦ୍ୱାରା ପ୍ରାଚୀନ ସ୍ମାରକ ପ୍ରତି ଅପମାନ ବୋଲି ବିବେଚନା କରାଯାଏ ।

Comments are closed, but trackbacks and pingbacks are open.