ସଂଘର୍ଷ ର କାହାଣୀ : ପିଲାଦିନେ ମା’ଚାଲିଗଲେ ,ବାପା ଘରୁ ତଡ଼ିଦେଲେ ,ଆଇ କଲେ ନାତୁଣୀକୁ ଟପର

46

ଶ୍ରୀଜା ଙ୍କ ସଫଳତା ପଛରେ ଆଇ ଙ୍କ ହାତ I ନିକଟ ରେ ସିବିଏସଇ ବୋର୍ଡ ଫଳାଫଳ ଘୋଷଣା ହୋଇଛି I ବିହାରରେ ସବୁଠି ଦଶମ ଟପ୍ପର ଶ୍ରୀଜାଙ୍କ ବିଷୟରେ ଆଲୋଚନା ହେଉଛି। ବିହାରର ଏହି ଟପ୍ପର ଝିଅ ର ସଫଳତା ର କାହାଣୀ ଅନେକ ଙ୍କ ଜୀବନରେ ପ୍ରେରଣା ଯୋଗାଇପାରେ I ଶ୍ରୀଜା ଙ୍କୁ ୫ ବର୍ଷ ହୋଇଥିବା ବେଳେ , ମା’ଙ୍କ ଛାୟା ମୁଣ୍ଡରୁ ଉଠିଗଲା ଏବଂ ତା’ପରେ ବାପା ମଧ୍ୟ ଝିଅ କୁ ଆପଣାଇଲେ ନାହିଁ I ଏହି ସମୟରେ ଆଇ ମା’ କୋଳେଇ ନେଲେ ଶ୍ରୀଜା ଙ୍କୁ I ଏହିଠାରୁ ଆରମ୍ଭ ହେଲା ଶ୍ରୀଜାଙ୍କ ସଂଘର୍ଷର ରାସ୍ତା I ଅଜା ଆଈଙ୍କ ପାଖରେ ରହି ଛାତ୍ରୀ ଜଣଙ୍କ ସିବିଏସ୍‌ଇ ୧୦ମ ବୋର୍ଡ ପରୀକ୍ଷାରେ ବିହାରର ଟପ୍ପର ହୋଇଛନ୍ତି। ସେ ମୋଟ ୯୯.୪% ମାର୍କ ରଖିଛନ୍ତି। ଏବେ ନାତୁଣୀ ଶ୍ରୀଜାଙ୍କ ପାଇଁ ଅଜାଆଈଙ୍କ ଠାରୁ ଆରମ୍ଭ କରି ପୂରା ରାଜ୍ୟ ଗର୍ବ କରୁଛି। ବର୍ତ୍ତମାନ ସୋସିଆଲ ମିଡିଆରେ ତାଙ୍କ ଆଇ ଙ୍କ ସହିତ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ଆଇ ନାତୁଣୀ ଙ୍କ ମିଳନ ରେ ଖୁସି ର ଝଲକ ଦେଖିବାକୁ ମିଳିଛି ।

ବିଜେପି ସାଂସଦ ବରୁଣ ଗାନ୍ଧି ବିହାର ଟପ୍ପର ଶ୍ରୀଜାଙ୍କ କାହାଣୀ ସମସ୍ତଙ୍କୁ ଜଣାଇଛନ୍ତି। ସେ ଶ୍ରୀଜା ଓ ତାଙ୍କ ଆଈ ଦେଇଥିବା ଗୋଟିଏ ସାକ୍ଷାତକାରର ଭିଡିଓ ଟ୍ୱିଟ କରିଛନ୍ତି। ଆଈ କହିଛନ୍ତି, “ଏହି ରେଜଲ୍ଟରେ ଆମେ ବହୁତ ଖୁସି।” ନିଜର ଜ୍ୱାଇଁଙ୍କ ସମ୍ପର୍କରେ ସେ କହିଛନ୍ତି, “ମୋ ଝିଅର ମୃତ୍ୟୁ ପରେ ସେ ଶ୍ରୀଜାକୁ ଛାଡ଼ି ଚାଲି ଯାଇଥିଲେ। ସେବେଠାରୁ ତାଙ୍କୁ ଆମେ ଆଉ ଦେଖିନୁ। ସେ ପୁଣି ବାହା ହୋଇଯାଇଥିବା ଆମେ ଜାଣିବାକୁ ପାଇଛୁ। ଏବେ ଶ୍ରୀଜାର ରେଜଲ୍ଟ ଦେଖି ସେ ନିଶ୍ଚିତ ଅନୁତାପ କରୁଥିବେ। ଝିଅକୁ କାହିଁକି ଛାଡ଼ିଲି ବୋଲି ଭାବୁଥିବେ।”
ଶ୍ରୀଜାଙ୍କ ଆଇ ଆହୁରି ମଧ୍ୟ କହିଛନ୍ତି ଯେ ଆଜି ସେ ହୃଦୟଙ୍ଗମ କରିବେ କି ପିଲାଦିନେ ଯେଉଁ ଝିଅ କୁ ଘରୁ ବାହାର କରି ଦେଇଥିଲେ ଆଜି ସେ ନିଜ ମାତାପିତାଙ୍କ ନାମକୁ ଆଲୋକିତ କରୁଛି। ସେ କହିଛନ୍ତି ଯେ ଶ୍ରୀଜାଙ୍କ ମା’ଙ୍କ ମୃତ୍ୟୁ ପରେ ଜ୍ୱାଇଁ କେବେ ଘରକୁ ଆସିନାହାଁନ୍ତି କିମ୍ବା ଶ୍ରୀଜାଙ୍କ ସହ କୌଣସି ସମ୍ପର୍କ ନାହିଁ। କିନ୍ତୁ ବର୍ତ୍ତମାନ ଶ୍ରୀଜା ଟପ୍ପର ହୋଇଥିବାରୁ ତାଙ୍କ ପିତା ତାଙ୍କୁ ଭେଟିବାକୁ ଇଚ୍ଛା ପ୍ରକାଶ କରିଛନ୍ତି।

Comments are closed, but trackbacks and pingbacks are open.