ଆସନ୍ତା ସପ୍ତାହରେ ବାତ୍ୟା ସମ୍ଭାବନା

35

ଆସନ୍ତା ୫ ଦିନ ଭିତରେ ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖି ସମ୍ଭବନା ଥିବା ଅନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ ।  ଏନେଇ ମଙ୍ଗଳବାର ସକାଳ ପର୍ଯ୍ୟନ୍ତ ଅଧିକାଂଶ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରିଛି ବିଭାଗ । ଅନ୍ୟପକ୍ଷେ ଅନ୍ତର୍ଜାତୀୟ ପାଣିପାଗ ବିଶେଷଜ୍ଞ ଜାସନ ନିକୋଲସ (Jason Nicholls ) ସୋମବାର ଏକ ଟୁଇଟ କରି ବାତ୍ୟା ସୂଚନା ଦେଇଛନ୍ତି । ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ  ଆସନ୍ତା ସପ୍ତାହ ସୁଦ୍ଧା ପୂର୍ବ ଭାରତରେ ଏହାର ପ୍ରଭାବ ଦେଖାଇବ ବୋଲି ସେ ଅନୁମାନ କରିଛନ୍ତି ।

ଚଳିତ ସପ୍ତହର ଶେଷ କିମ୍ବା ଆସନ୍ତା ସପ୍ତାହର ଆରମ୍ଭରେ ଏହି ଲଘୁଚାପ କ୍ଷେତ ସାଇକ୍ଲୋନିକ ଷ୍ଟର୍ମ ରୂପ ନେଇପାରେ । ଏହାର ପ୍ରଭାବ ଭାରତ, ବାଂଲାଦେଶ ଏବଂ ମ୍ୟାମାରରେ ଦେଖିବାକୁ ମିଳିବ ବୋଲି ସେ ଆକଳନ କରିଛନ୍ତି ।   ଅନ୍ୟପକ୍ଷେ ଆଇଏମଡି ଡିଜି ମୃ୍ତ୍ୟୁଞ୍ଜୟ ମହାପାତ୍ର ମଧ୍ୟ ମେ’ ୫ ତାରିଖ ପରେ ଦକ୍ଷିଣପୂର୍ବ ବଙ୍ଗୋପ ସାଗରରେ ଲକ୍ଷୁଚାପ କ୍ଷେତ୍ର ସୃଷ୍ଟି ହୋଇପାରେ ବୋଲି ଆକଳନ କରିଥିଲେ । ଏହା ଅଧିକ ଘନୀଭୁତ ହୋଇପାରେ ବୋଲି ସେ ଆକଳନ କରିଥିଲେ । ତେବେ ଏତେ ଶୀଘ୍ର ଏହା ଉପରେ ଆକଳନ କରିବା ସମ୍ଭବ ନୁହେଁ ବୋଲି ସେ କହିଥିଲେ ।

ଇତିମଧ୍ୟରେ ଆଇଏମଡି ପକ୍ଷରୁ ସତର୍କ ସୂଚନା ଦିଆଯାଇ କୁହାଯାଇଛି,   ମଇ ୨ ତାରିଖ ମଙ୍ଗଳବାର ସକାଳ ସାଢ ଆଠଟା  ସୁଦ୍ଧା ରାଜ୍ୟର ମାଲକାନଗିରି, କୋରାପୁଟ, ରାୟଗଡା ଏବଂ ଗଜପତି ଜିଲ୍ଲାରେ ଘଡଘଡି ବର୍ଷା ସହ ୩୦ରୁ ୪୦ କିମି ବେଗରେ ପବନ ବହିବାର ସମ୍ଭାବନା ରହିଛି ।  ସେହିପରି ଅନୁଗୁଳ, ମୟୂରଭଞ୍ଜ,  କେନ୍ଦୁଝର, ଦେବଗଡ, ବାଲାସୋର, ଭଦ୍ରକ, ଯାଜପୁରର ଜିଲ୍ଲାର ଗୋଟିଏ ବା ୨ଟି ସ୍ଥାନରେ ଏହି ସମୟ ମଧ୍ୟରେ ଘୂର୍ଣ୍ଣିଝଡ ସହ ୩୦ରୁ ୪୦ କିମି ବେଗରେ ପବନ ବହିବାର ସମ୍ଭାବନା ରହିଛି ।

Comments are closed, but trackbacks and pingbacks are open.