୪ର ଉପକୂଳ ଛୁଇଁବ ବାତ୍ୟା

78

ଭୁବନେଶ୍ବର : ଅବପାତରେ ପରିଣତ ହେଲା ସୁଦୃଶ୍ୟ ଲଘୁଚାପ  । ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗର ସଂଲଗ୍ନ ଦକ୍ଷିଣପୂର୍ବ ରେ ଅବପାତରେ ପରିଣତ ହୋଇଛି । ପୁଡୁଚେରୀଠାରୁ ୭୯୦ , ଚେନ୍ନାଇଠାରୁ ୮୦୦ କିଲୋମିଟର ଦୂରରେ ଅବସ୍ଥିତ ରହିଛି । ପଶ୍ଚିମ-ଉତ୍ତର ପଶ୍ଚିମ ଦିଗକୁ ଗତି କରି ଆହୁରି ଘନୀଭୂତ ହେବାର ସମ୍ଭାବନା ରହିଛି । କାଲିସୁଦ୍ଧା ଗଭୀର ଅବପାତରେ ପରିଣତ ହେବ  ।

୩ ତାରିଖ ବେଳକୁ ଦକ୍ଷିଣ ପଶ୍ଚିମ ବଙ୍ଗାପସାଗରରେ ବାତ୍ୟା ସୃଷ୍ଟି ହେବ  । ୪ ତାରିଖ ସନ୍ଧ୍ୟାରେ ଏହା ଉପକୂଳ ଛୁଇଁବ  । ଚେନ୍ନାଇ ଓ ମଚ୍ଛଲିପଟନମ୍ ମଝିରେ ବାତ୍ୟା ଉପକୂଳ ଛୁଇଁବାର ସମ୍ଭାବନା ରହିଛି ।  

ଏହାର ପ୍ରଭାବରେ ଡିସେମ୍ବର ୪ ଓ ୫ ତାରିଖରେ ଦକ୍ଷିଣ ଉପକୂଳ ଜିଲ୍ଲା ଗୁଡିକରେ ବର୍ଷା ହେବାର ସମ୍ଭାବନା ରହିଛି । ସେହିପରି ୫ ଓ ୬ ତାରିଖରେ ଉପକୂଳବର୍ତ୍ତୀ ଜିଲ୍ଲା ଗୁଡିକରେ ବର୍ଷା ହେବା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ  ।

Comments are closed, but trackbacks and pingbacks are open.