ଭୁବନେଶ୍ୱର:ବାତ୍ୟା ନାଁରେ ବଜାରରେ ବିଭିନ୍ନ ନିତ୍ୟ ବ୍ୟବହାର୍ୟ୍ୟ ସାମଗ୍ରୀ ଓ ପରିବା ଦର ବଢ଼ାଇଲେଣି ଅସାଧୁବ୍ୟବସାୟୀ । ଯାହା ବି ଖାଇବା ସାମଗ୍ରୀ ଅଛି, ସେସବୁରେ ୨୫ ପ୍ରତିଶତ ମୂଲ୍ୟ ବଢ଼ାଇ ସାରିଲେଣି । ଭୁବନେଶ୍ୱରର ଡୁମୁଡୁମା, ପାତ୍ରପଡ଼ା ଭଳି କେତେକ ସ୍ଥାନରେ ଥିବା ଖୁଚୁରା ବ୍ୟବସାୟୀମାନେ ଆଳୁ କିଲୋ ପ୍ରତି ୪୦ଟଙ୍କାରେ ବିକ୍ରି କରୁଥିବା ଅଭିଯୋଗ ହୋଇଛି । ପିଆଜ ଦର ୬୦ ଟଙ୍କା ଥିବାବେଳେ ତାହା ୬୫ରୁ ୭୦କୁ ବଢ଼ାଇ ଦେଇଛନ୍ତି । ଏ ବାବଦରେ ପଚାରିଲେ ବେପାରୀଙ୍କ ଅଜବ ଉତ୍ତର । ‘ବାତ୍ୟା ଆସୁଛି, ଆଳୁ ଗାଡ଼ି ଆସିନପାରେ । ଯେତିକି ଅଛି ସେତିକିରେ ବେପାର କରୁଛୁ ।’ ହଠାତ୍ ବେପାରୀମାନେ ମନଇଚ୍ଛା ଏମିତି ଦର ବଢ଼ାଇବାକୁ ନେଇ ଗ୍ରାହକଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି । କେବଳ ସେତିକି ନୁହେଁ, ବାତ୍ୟା ଆସିବା ଭୟରେ ଆଜି ରାଜଧାନୀର ୧ ନମ୍ବର ହାଟରୁ ନେଇ ବିଭିନ୍ନ ସ୍ଥାନରେ ଥିବା ବଜାରରେ ପରିବା ଓ ଅନ୍ୟ ନିତ୍ୟ ବ୍ୟବହାର୍ୟ୍ୟ ସାମଗ୍ରୀ କିଣିବାକୁ ପ୍ରବଳ ଭିଡ଼ ଲାଗିଛି ।
Comments are closed, but trackbacks and pingbacks are open.