ବିଶ୍ୱକପକୁ ନେଇ ପାକିସ୍ତାନରେ ଝଡ଼: ଅଧିନାୟକ ପଦ ଛାଡ଼ିଲେ ବାବର ଆଜମ୍

267

ନୂଆଦିଲ୍ଲୀ: ଦିନିକିଆ ବିଶ୍ୱକପ-୨୦୨୩ରେ ନିରାଶଜନକ ପ୍ରଦର୍ଶନ କରି ଟୁର୍ଣ୍ଣାମେଣ୍ଟରୁ ବାଦ୍ ପଡ଼ିଛି ପାକିସ୍ତାନ । ୯ ମ୍ୟାଚରୁ ୪ଟି ବିଜୟ ସହ ପଞ୍ଚମ ସ୍ଥାନରେ ରହି ବିଶ୍ୱକପ ଯାତ୍ରା ଶେଷ କରିଛି ବାବର ସେନା । ଏହାପରେ ଅଧିନାୟକ ବାବରଙ୍କ ନେତୃତ୍ୱ ଏବଂ ଦଳର ଏକତାକୁ ନେଇ ଆଲୋଚନା ଆରମ୍ଭ ହୋଇଥିଲା । ପାକିସ୍ତାନର ଖରାପ ପ୍ରଦର୍ଶନ ଯୋଗୁଁ ଅଧିନାୟକ ବାବରଙ୍କୁ ଦାୟୀ କରିବା ସହ ନେତୃତ୍ୱ ପଦରୁ ହଟାଇବା ପାଇଁ ମଧ୍ୟ ଦାବି କରିଥିଲେ ଅନେକ ପୂର୍ବତନ କ୍ରିକେଟର । ତେବେ ଏହାପରେ ବର୍ତ୍ତମାନ ଅଧିନାୟକ ପଦରୁ ଇସ୍ତପା ଦେଇଛନ୍ତି ଅଧିନାୟକ ବାବର ।

ଲିଗ୍ ଷ୍ଟେଜରେ ଖରାପ ପ୍ରଦର୍ଶନ ପରେ ସେମି ଫାଇନାଲରେ ସ୍ଥାନ ହାସଲ କରିବାରେ ବିଫଳ ହୋଇଛି ପାକିସ୍ତାନ । ତେବେ ଏଥିପାଇଁ ଦଳର ପ୍ରଦର୍ଶନ ନିମ୍ନସ୍ତରରେ ରହିବା ସହତ ଅଦିନାୟକ ବାବର ମଧ୍ୟ ନିଜ ବ୍ୟାଟରେ କୌଣସି କମାଲ ଦେଖାଇବାରେ ବିଫଳ ହୋଇଥିଲେ । ତେଣୁ ଏହାକୁ ନେଇ ଅନେକ ପୂର୍ବତନ କ୍ରିକେଟର ଏବଂ ଫ୍ୟାନ୍ସ ବାବରଙ୍କୁ ନେୃତ୍ୱ ପଦରୁ ହଟାଇବା ପାଇଁ ଦାବି କରିଥିଲେ । ଏହାପରେ ଅଧିନାୟକ ବାବର ସୋସିଆଲ ମିଡିଆରେ ଏକ ପୋଷ୍ଟ କରି ନେତୃତ୍ୱ ପଦର ବିଦାୟ ନେଇଛନ୍ତି । ଏହି ପୋଷ୍ଟରେ ଅଧିନାୟକ ପଦ ମିଳିବା ସମୟକୁ ମନେ ପକାଇବା ସହ ବର୍ତ୍ତମାନ ଅଧିନାୟକ ପଦରୁ ଇସ୍ତଫା ନେଇ ସୂଚନା ଦେଇଛନ୍ତି । ଆଜିଠାରୁ କ୍ରିକେଟର ୩ଟି ଯାକ ଫର୍ମାଟରେ ଅଦିନାୟକ ପଦରୁ ଇସ୍ତଫା ଦେଉଛି କହି ପୋଷ୍ଟ ସେୟାର କରିଛନ୍ତି ବାବର ଆଜମ । ତେବେ ଖେଳାଳି ଭାବରେ ସେ ଦଳରେ ସାମିଲ ରହିବେ ବୋଲି ସ୍ପଷ୍ଟ କରିଛନ୍ତି ।

Comments are closed, but trackbacks and pingbacks are open.