ପପୁ ପମ୍‌ପମ୍‌କୁ ପଥର ମାଡ଼

23

ପପୁଙ୍କ ପାଇଁ ବଢୁଛି ଅଡୁଆ । କିଛି ତାଙ୍କୁ ପସନ୍ଦ କଲେ ବି କିଛି ତାଙ୍କ ବିରୋଧ କରୁଛନ୍ତି । ଅଭିନେତା ପପୁ ପମ୍‌ପମ୍‌କୁ ପଥର ମାଡ଼ । ଗଞ୍ଜାମ ଜିଲ୍ଲା ଗୋଳନ୍ଥରା ଥାନା ସୁରଳ ଗାଁରେ ଘଟିଛି ଏଭଳି ଅଭାବନୀୟ ଘଟଣା ।

ଖବର ଅନୁଯାୟୀ, ସୁରଳ ଗାଁରେ ମହାଶିବରାତ୍ରି ଉପଲକ୍ଷେ ଦୁଇଦିନିଆ ଯାତ୍ରା ହୁଏ। ଏହି ଉପଲକ୍ଷେ ଅଭିନେତା ପପୁ ପମପମ୍ ଗତ ରାତ୍ର ୧୧ଟା ବେଳେ ପହଞ୍ଚି ଆରମ୍ଭ କରିଥିଲେ ସୁରଳ ବଡ଼ ସରଳ ।

କହୁ କହୁ ଆରମ୍ଭ ହେଲା ଷ୍ଟେଜରେ ପଥର ମାଡ଼। ତେବେ ଏହି ପଥର ମାଡ଼ରେ କାହାକୁ କିଛି ହୋଇନଥିଲେ ମଧ୍ୟ ପପୁ ପମପମ୍ ସହ ଆସିଥିବା ସାଉଣ୍ଡ ବାକ୍ସ ଗୁଡ଼ିକ ଭାଙ୍ଗି ଚୁର ମାର୍ ହୋଇଯାଇଥିଲା।

ତେବେ ପଥର ମାଡ ନେଇ ଥାନାରେ ଏତଲା ହୋଇ ନଥିବା ଜଣାପଡ଼ିଛି। ଦୁଇ କମିଟି ଭିତରେ ବାଦ ବିବାଦ ଯୋଗୁଁ ଏପରି ଘଟିଥିବା ଅନେକଙ୍କ ମତ ପ୍ରକାଶ ପାଇଛି।

Comments are closed, but trackbacks and pingbacks are open.