ଏନସିଇଆରଟିକୁ ଡିମଡ୍ ଟୁ ବି ୟୁନିଭର୍ସିଟିର ମାନ୍ୟତା- ଧର୍ମେନ୍ଦ୍ର ପ୍ରଧାନ

244

ନୂଆଦିଲ୍ଲୀ/ଭୁବନେଶ୍ୱର, ସେପ୍ଟେମ୍ବର ୦୧ –ଏନସିଇଆରଟିକୁ ଡିମଡ୍ ଟୁ ବି ୟୁନିଭର୍ସିଟି ମାନ୍ୟତା ଘୋଷଣା । ନୂଆଦିଲ୍ଲୀ ଠାରେ ଏନସିଇଆରଟି ର ୬୩ତମ ପ୍ରତିଷ୍ଠା ଦିବସରେ ଯୋଗଦେଇ କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏକ ବଡ ଘୋଷଣା କରିଛନ୍ତି । କେନ୍ଦ୍ରମନ୍ତ୍ରୀ ଏହି ଅବସରରେ ଶ୍ରୀ ପ୍ରଧାନ ସିଆଇଇଟିର ଏକ ଅତ୍ୟାଧୁନିକ ଆଇସିଟି ଲ୍ୟାବର ମଧ୍ୟ ଲୋକାର୍ପଣ କରିଛନ୍ତି ।  

ଏନସିଇଆରଟିକୁ ବିଶ୍ୱବିଦ୍ୟାଳୟର ମାନ୍ୟତା ମିଳିବା ଅବସରରେ ଅଭିନନ୍ଦନ ଜଣାଇବା ସହ କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ ଶିକ୍ଷା ମନୁଷ୍ୟର ପୁରୁଷାର୍ଥକୁ ଚରିତାର୍ଥ କରିବାର ମାଧ୍ୟମ ଅଟେ । ଏନସିଇଆରଟି ଦେଶର ଶିକ୍ଷା ପ୍ରଣାଳୀ,ଗବେଷଣା, ସ୍କୁଲ ଶିକ୍ଷା, ଶିକ୍ଷକ ପ୍ରଶିକ୍ଷଣ ଏବଂ କିଶୋର କଶୋରୀଙ୍କୁ ଶିକ୍ଷା ଦେବା ଭଳି କ୍ଷେତ୍ରରେ ଏନସିଇଆରଟି ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛି । ଗବେଷଣା ବିଶ୍ୱବିଦ୍ୟାଳୟ ଭାବରେ ପରିଣତ ଏନସିଇଆରଟି ବୈଶ୍ୱିକ ସହଭାଗୀତା ଦିଗରେ ନୂଆ ସୁଯୋଗ ପ୍ରଦାନ କରିବ ଏବଂ ବୈଶ୍ୱିକ ଶିକ୍ଷା ଦୃଶ୍ୟପଟ୍ଟରେ ନିଜର ଯୋଗଦାନ ରଖିବ ।

ପିଲାଙ୍କ ରୁଚି ଅନୁସାରେ ଶିକ୍ଷା ପଦ୍ଧତି ହେଲେ ଶିଶୁଙ୍କ ବିକାଶ ହେବ । ଏହି ପୃଷ୍ଠଭୂମିରେ ଏନସିଇଆରଟି ଦ୍ୱାରା ୩ରୁ ୮ ବର୍ଷ ଶିଶୁଙ୍କ ପାଇଁ ବିକଶିତ ହୋଇଥିବା କ୍ରୀଡା ଆଧାରିତ ଶିକ୍ଷା “ଯାଦୁଇ ପିଟାରା” ଶିକ୍ଷା ପଦ୍ଧତିରେ ପରିବର୍ତ୍ତନର ଏକ ଉପକ୍ରମ ହୋଇଛି । ଏହାଦ୍ୱାରା ଦେଶର ୧୦ କୋଟି ଛାତ୍ରଛାତ୍ରୀମାନେ ଉପକୃତ ହେବେ । ଶିଶୁଙ୍କ ସାମଗ୍ରିକ ବିକାଶ ପାଇଁ ଏନସିଇଆରଟି ସହ ବାଲଭବନ ଏବଂ ବାଲବାଟିକାକୁ ମିଶାଇବା ପାଇଁ  ଆହ୍ୱାନ କରିଥିଲେ କେନ୍ଦ୍ରମନ୍ତ୍ରୀ ।  

ମାତୃଭାଷା ଉପରେ ପାଠ୍ୟପୁସ୍ତକ ପ୍ରସ୍ତୁତ କରିବା ଉପରେ ଗୁରୁତ୍ୱ ଦେବା ନେଇ କେନ୍ଦ୍ରମନ୍ତ୍ରୀ କହିବା ସହ  ଏନସିଇଆରଟିକୁ ନିଜର ୭ଟି ଆଞ୍ଚଳିକ କେନ୍ଦ୍ରରେ ଏଆର, ଭିଆର, ଏଆଇ, ଲ୍ୟାବ ସ୍ଥାପନା କରିବା ପାଇଁ ପରାମର୍ଶ ଦେଇଥିଲେ । ଭାରତର ଛାତ୍ରଛାତ୍ରୀଙ୍କୁ ଶିଳ୍ପ ବିପ୍ଲବ ୪.୦ ପାଇଁ ପ୍ରସ୍ତୁତ ରହିବାକୁ ହେବ । ଭାରତର କୋଭିଡ ସୁପରିଚାଳନା ତଥା ଚନ୍ଦ୍ରାୟାନ ଭଳି ବିଷୟବସ୍ତୁ ଉପରେ ତଥ୍ୟ ଆଧାରିତ ପୁସ୍ତକ ଏନସିଇଆରଟି ପ୍ରସ୍ତୁତ କରିବାକୁ ପରାମର୍ଶ ଦେଇ ଆଗାମୀ ପିଢି ଭାରତର ବିଚାର ଏବଂ ନୈତିକତା ସହିତ ନୂତନ ବିକାଶକୁ ମଧ୍ୟ ଜାଣିବା ଦରକାର ବୋଲି ସେ କହିଥିଲେ । ଏହି ଅବସରରେ ଏନସିଇଆରଟି ପରିବାରର ସମସ୍ତ ସଦସ୍ୟଙ୍କୁ ଶ୍ରୀ ପ୍ରଧାନ ପ୍ରତିଷ୍ଠା ଦିବସର ଶୁଭକାମନା ଜଣାଇଛନ୍ତି ।

Comments are closed, but trackbacks and pingbacks are open.